|
logo
Live

Argus News - ଅନ୍ୟ ଦଳରୁ ସୁଯୋଗ ମିଳିଲେ ଲଢ଼ିବେ କି ଅରିନ୍ଦମ ?

Odisha

ଅନ୍ୟ ଦଳରୁ ସୁଯୋଗ ମିଳିଲେ ଲଢ଼ିବେ କି ଅରିନ୍ଦମ ?

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଅନ୍ୟ ଦଳରୁ ସୁଯୋଗ ମିଳିଲେ ଲଢ଼ିବେ କି ଅରିନ୍ଦମ ?

ଅର୍ଗସ ବ୍ୟୁରୋ: ଗୁଗୁଲି ଛାଡିଦେଲେ ସିନେ ତାରକା ଅରିନ୍ଦମ ରାୟ। କଟକ ରାଜନୀତିକୁ ହଲଚଲ୍‌ କଲେ ଅରିନ୍ଦମ । ଗତ କିଛି ଦିନ ହେବ ଖୁବ ଚର୍ଚ୍ଚାରେ ଅରିନ୍ଦମ। କୁହାଯାଉଛି କି ଅରିନ୍ଦମ କୁଆଡେ ବିଜେଡି ଛାଡିଦେବେ। ତେବେ ଏହା କେତେ ସତ କେତେ ମିଛ  ତାହା ସମୟ ଆସିଲେ କହିବି ବୋଲି କହିଛନ୍ତି ଅରିନ୍ଦମ ରାୟ।
ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟ କଟକରେ ଯୁବ ସଂଙ୍କଳ୍ପ ସମାବେଶରେ ଯୋଗ ଦେଇଥିଲେ । ଜାତୀୟ ଯୁବ ଦିବସ ଅବସରରେ କଟକ ବାଲିଯାତ୍ରା ପଡ଼ିଆରେ ଅରିନ୍ଦମ ଆୟୋଜନ କରିଥିଲେ ଏହି ସମାଵେଶ।  ଶହ ଶହ ଯୁବକ ଓ ଯୁବତୀ ଙ୍କ ସହ ଛାତ୍ର ଛାତ୍ରୀ ଓ ବିଜେଡି ର କର୍ପୋରେଟର ଏହାସହ କିଛି ନେତାଙ୍କୁ ନେଇ ଆୟୋଜନ ହୋଇଥିଲା ସମାବେଶ। ଯାହାକୁ ନେଇ କଟକ ରାଜନୀତି ରେ ଏକ ପ୍ରକାର ହଲଚଲ ଦେଖାଦେଇଛି। ତେବେ ଅରିନ୍ଦମ ଆୟୋଜନ କରିଥିବା ଏହି ସମାବେଶରେ ବିଜେଡ଼ି ଦଳର ନେତା କିମ୍ବା ସୁପ୍ରିମଙ୍କ କୌଣସି ଫଟୋ ନ ଥିବାବେଳେ କେବଳ ଅରିନ୍ଦମ ଙ୍କ ଫଟୋ ରହିଥିଲା।

ଏ ବାବଦରେ ଅରିନ୍ଦମ କହିଛନ୍ତି ଏହା କୌଣସି ରାଜନୈତିକ ଉଦ୍ଦେଶ୍ୟରେ ସମାବେଶ ନୁହେଁ ।ଯୁବକ ମାନଙ୍କୁ ଏକାଠି କରିବା ପାଇଁ ଓ ସମସ୍ତେ ସମସ୍ତଙ୍କ ପାଇଁ ସହଯୋଗର ହାତ ବଢେଇବା ଏହି ସମାବେଶର ଲକ୍ଷ୍ୟ। ତେବେ କାହିଁକି ଅରିନ୍ଦମ ଏଭଳି ସମାବେଶ ର ଆୟୋଜନ କଲେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯୁବକ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଜେଡି ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯାଉଥିବାବେଳେ ଏଭଳି ଅରିନ୍ଦମ ଏକାକି ଭାବେ ଯୁବ ସମାବେଶ ଆୟୋଜନ କରିବାର କଣ ଆବଶ୍ୟକତା ରହିଛି ? । ଅରିନ୍ଦମ କଣ ବିଜେଡି ଛାଡି ଅନ୍ୟ କୌଣସି ଦଳରେ ସାମିଲ ହେବେ କି ?

ତେବେ କିଛି ଦିନ ପୂର୍ବରୁ ଅରିନ୍ଦମ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ଙ୍କ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିବାବେଳ ଆଜି ପୁଣି ଏଭଳି ସମାବେଶ କରିବା ଅନେକ ଚର୍ଚ୍ଚା କୁ ଖୋରାକ ଯୋଗାଇଛି। ଏ ବାବଦରେ ଅରିନ୍ଦମ କହିଛନ୍ତି କେହି କାହାକୁ ଭେଟିବାରେ କିଛି ଅସୁବିଧା ନାହିଁ ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛି କିଏ କଣ ଭାବିବେ ଭାବନ୍ତୁ ମୋର କିଛି ଅସୁବିଧା ନାହିଁ ।  ଅରିନ୍ଦମ ଏବେ ଅନ୍ୟ ମନସ୍କ ବୋଲି ପଚାରିବାରୁ କହିଛନ୍ତି ମୁଁ ବିଲକୁଲ ଅନ୍ୟ ମନସ୍କ ନୁହେଁ ଦଳୀୟ କାର୍ଯ୍ୟକ୍ରମରେ ଯେବେ ଡକାହୁଏ ମୁଁ ଯାଏ। ତେବେ ଅନ୍ୟ ଦଳରୁ ନିର୍ବାଚନ ଲଢିବେ ବୋଲି ପ୍ରଶ୍ନରେ କହିଛନ୍ତି ମୁଁ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ତେବେ ଅନ୍ୟ ଦଳ କଥା ସମୟ କହିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
ଅନ୍ୟ ଦଳରୁ ସୁଯୋଗ ମିଳିଲେ ଲଢ଼ିବେ କି ଅରିନ୍ଦମ ? | Argus News