Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?

Manini Pattanayak
Browse all articles by Manini Pattanayak
·1 year ago·2 min read
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?

 ଭୁବନେଶ୍ୱର:  ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କୁ ଦଣ୍ଡ ପାଇଁ ଜନ୍ମମାଟି କଣ୍ଟାବାଞ୍ଜିରେ ତେଜିଛି ସ୍ବର । ହତ୍ୟାରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଭୂମିକା ନେଇ ପରିବାର ଆଣିଥିଲା ଅଭିଯୋଗ । ହେଲେ ତଦନ୍ତ ପରିସରକୁ ନଆଣି ଦିବ୍ୟଶଙ୍କରଙ୍କୁ ଘଣ୍ଟ ଘୋଡ଼ାଇଥିଲେ ନବୀନ ସରକାର । ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବେକି ବିଜେପି ସରକାର ?

 କଳାହାଣ୍ଡି ସନସାଇନ୍ ସ୍କୁଲର ପ୍ରିନ୍ସପାଲ ମମିତା ମେହେରଙ୍କ ହତ୍ୟାକାରୀ କିଏ ? କିଏ ରଚିଥିଲା ଷଡ଼ଯନ୍ତ୍ର ? କୁଆଡେ ଗଲା ମମିତାଙ୍କ ମୋବାଇଲରେ ଥିବା ଭିଡିଓ ? କେମିତି ଜେଲରେ କଡ଼ା ସୁରକ୍ଷା ଭିତରେ ହେଲା ଗୋବିନ୍ଦ ସାହୁର ମୃତ୍ୟୁ ? ୩ ବର୍ଷ ବିତିବାକୁ ବସିଥିଲେ ବି କ୍ରାଇମବ୍ରାଞ୍ଚ ତଦନ୍ତରୁ ଏସବୁ ପ୍ରଶ୍ନର ଉତ୍ତର ମିଳିପାରିଲା ନାହିଁ। ଏବେ ପୁନଃ ତଦନ୍ତ ପାଇଁ ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବାୟାନ ପରେ ମମିତାଙ୍କ ଜନ୍ମସ୍ଥାନ କଣ୍ଟାବାଞ୍ଜିରେ ବି ଏନେଇ ଉଠିଛି ସ୍ବର। ସିବିଆଇ ତଦନ୍ତ ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି କଣ୍ଟାବାଞ୍ଜି ଜନସାଧାରଣ।
 

୨୦୨୧ର ଏହି ବହୁ ଚର୍ଚ୍ଚିତ ହତ୍ୟା ମାମଲା ରାଜ୍ୟ ରାଜନୀତିରେ ସୃଷ୍ଟି କରିଥିଲା କମ୍ପନ। ମମିତାଙ୍କ ହତ୍ୟା ଓ ତାଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲ ଭିତରେ ସନ୍ଦେହଜନକ ମୃତ୍ୟୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ରର ଅଙ୍ଗ ବୋଲି ହୋଇଥିଲା ଅଭିଯୋଗ। ମମିତାଙ୍କ ହତ୍ୟା ପଛରେ ଥିଲା ଗୋବିନ୍ଦ ସାହୁ କିନ୍ତୁ ଷଡ଼ଯନ୍ତ୍ରକାରୀ ଦିବ୍ୟଶଙ୍କର ବୋଲି ଅଭିଯୋଗ କରିଥିଲେ ମମିତାଙ୍କ ପରିବାର। ସେହିପରି ଗୋବିନ୍ଦଙ୍କ ମୃତ୍ୟୁ ପଛର ଷଡ଼ଯନ୍ତ୍ରକାରୀ ବି ଦିବ୍ୟଶଙ୍କର ବୋଲି ଲାଗିଥିଲା ଆରୋପ। ଏପରିକି ମମିତାଙ୍କ ବାପା ଦିବ୍ୟଶଙ୍କରଙ୍କ ବିରୋଧରେ ଅତି ସଙ୍ଗୀନ ଆରୋପ ଲଗାଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ହେଲେ ନବୀନ ସରକାରରେ ଗୃହ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଥିବା ଦିବ୍ୟଶଙ୍କରଙ୍କୁ ନା ତଦନ୍ତ ପରିସରଭୂକ୍ତ କରାଗଲା ନା ତାଙ୍କୁ ପୋଲିସ ପଚରାଉଚରା କଲା।  ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଘଣ୍ଟ ଘୋଡ଼ାଇବା ନେଇ ଉଠିଥିଲା ପ୍ରଶ୍ନ। ଏପରିକି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କୁ ଜେଲରୁ ଦିବ୍ୟଶଙ୍କରଙ୍କ ନିର୍ଦ୍ଦେଶରେ ପାରୋଲରେ ଛଡ଼ାଯାଇଥିବା ନେଇ ଆସିଥିଲା ଅଭିଯୋଗ। ତଦନ୍ତର ୩ ବର୍ଷ ପରେ ବି କ୍ରାଇମବ୍ରାଞ୍ଚର ହାତ ଖାଲି। ତେଣୁ ନିକଟରେ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ ମମିତାଙ୍କ ବାପା। ଏପରିକି କଣ୍ଟାବାଞ୍ଜିର ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ମମିତାଙ୍କ ପରିବାରକୁ ଭେଟି ରାଜ୍ୟ ସରକାରଙ୍କୁ CBI ତଦନ୍ତ ପ୍ରସ୍ତାବ ଦେବେ ବୋଲି କହିଥିଲେ। 

2021 ଅକ୍ଟୋବର 8ରେ ନିଖୋଜ ହୋଇଯାଇଥିଲେ ମମିତା। ତାପରେ ସାମ୍ନାକୁ ଆସିଥିଲା ଲୋମହର୍ଷଣକାରୀ ହତ୍ୟାର କରୁଣ କାହାଣୀ । 2 ବର୍ଷ ପରେ ଏବେ ବି ଅନେକ ଅସମାହିତ ପ୍ରଶ୍ନ। ମମିତା ମର୍ଡର ମିଷ୍ଟ୍ରିରୁ ପରଦା ଉଠିନି। ସେପଟେ କ୍ଷମତାରୁ ହଟିଛନ୍ତି ନବୀନ। ରାଜ୍ୟରେ ଏବେ ବିଜେପି ସରକାର। ପୁଣି ଖୋଲିବକି ମମତା ମେହେର ହତ୍ୟା ଫାଇଲ ? ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରକୁ ଆଣିବ କି କ୍ରାଇମବ୍ରାଞ୍ଚ ? ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବେ କି ରାଜ୍ୟ ସରକାର ?  
 ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
Will the much-discussed Mamita Mehr murder file be reopened? | Argus News