Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀମନ୍ଦିର ମୁଖଶାଳାକୁ ଫେରିବ କି ଦଶାବତାର ମୂର୍ତ୍ତି ?

Odisha

ଶ୍ରୀମନ୍ଦିର ମୁଖଶାଳାକୁ ଫେରିବ କି ଦଶାବତାର ମୂର୍ତ୍ତି ?

Manini Pattanayak
Browse all articles by Manini Pattanayak
·1 year ago·2 min read
ଶ୍ରୀମନ୍ଦିର ମୁଖଶାଳାକୁ ଫେରିବ କି ଦଶାବତାର ମୂର୍ତ୍ତି ?

 ପୁରୀ:  ସମାଧାନ ହେଇପାରୁନି ଶ୍ରୀମନ୍ଦିର ସିଂହଦ୍ବାରର ଦଶାବତାର ମୂର୍ତ୍ତି ବିବାଦ । ସିଂହଦ୍ବାର ଗୁମୁଟରେ ବୁଦ୍ଧଙ୍କ ମୂର୍ତ୍ତି ସ୍ଥାପିତ ହେବ ନା ଜଗନ୍ନାଥଙ୍କର ସେ ନେଇ ରହିଛି ଦ୍ବିମତ । ୨୦୧୨ରେ ସିଂହଦ୍ବାର ମରାମତି ବେଳେ ଚୁନରେ ତିଆରି ଦଶାବତାର ମୂର୍ତ୍ତିକୁ କାଢ଼ି ନେଇଥିଲା ASI । ଭାଙ୍ଗିଥିବା ଚୁନ ମୂର୍ତ୍ତି ବଦଳରେ ପଥର ମୂର୍ତ୍ତି ଲଗାଇବାକୁ ନିଷ୍ପତ୍ତି ହୋଇଥିଲା । ୧୨ ବର୍ଷ ହେଲାଣି ମୂର୍ତ୍ତି କାରିଗରଙ୍କୁ ତାଙ୍କ ପାରିଶ୍ରମିକ 35 ହଜାର ଟଙ୍କା ମିଳିନାହିଁ, କିମ୍ବା ମୂର୍ତ୍ତିଗୁଡ଼ିକୁ ଶ୍ରୀମନ୍ଦିର ମୁଖଶାଳାରେ ସ୍ଥାପିତ କରାଯାଉନାହିଁ। ଫଳରେ ଶ୍ରୀମନ୍ଦିର ମୁଖଶାଳା ଶ୍ରୀହୀନ ହୋଇଛି ।
  ସମାଧାନ ହେଇପାରୁନି ଶ୍ରୀମନ୍ଦିର ସିଂହଦ୍ବାରର ଦଶାବତାର ମୂର୍ତ୍ତି ବିବାଦ । ସିଂହଦ୍ବାର ଗୁମୁଟରେ ବୁଦ୍ଧଙ୍କ ମୂର୍ତ୍ତି ସ୍ଥାପିତ ହେବ ନା ଜଗନ୍ନାଥଙ୍କର ସେ ନେଇ ରହିଛି ଦ୍ବିମତ । ୨୦୧୨ରେ ସିଂହଦ୍ବାର ମରାମତି ବେଳେ ଚୁନରେ ତିଆରି ଦଶାବତାର ମୂର୍ତ୍ତିକୁ କାଢ଼ି ନେଇଥିଲା ASI । ଭାଙ୍ଗିଥିବା ଚୁନ ମୂର୍ତ୍ତି ବଦଳରେ ପଥର ମୂର୍ତ୍ତି ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ବୀର ହରେକୃଷ୍ଣପୁରର ଦକ୍ଷିଣସାହିରେ ଥିବା ନିର୍ମାଣ ଅନୁଷ୍ଠାନରେ ମୂର୍ତ୍ତି ତିଆରି ହେଲା। କିନ୍ତୁ ବିବାଦ ଯୋଗୁଁ ଶିଳ୍ପୀଙ୍କ ଦୁଆରେ ଖରା ବର୍ଷାରେ ପଡ଼ିରହିଛି ମୂର୍ତ୍ତି । ୧୨ ବର୍ଷ ହେଲାଣି ମୂର୍ତ୍ତି କାରିଗରଙ୍କୁ ତାଙ୍କ ପାରିଶ୍ରମିକ 35 ହଜାର ଟଙ୍କା ମିଳିନାହିଁ, କିମ୍ବା ମୂର୍ତ୍ତିଗୁଡ଼ିକୁ ଶ୍ରୀମନ୍ଦିର ମୁଖଶାଳାରେ ସ୍ଥାପିତ କରାଯାଉନାହିଁ। ଫଳରେ ଶ୍ରୀମନ୍ଦିର ମୁଖଶାଳା ଶ୍ରୀହୀନ ହୋଇଛି। 


 ସିଂହଦ୍ୱାର ଗୁମୁଟର ଦଶାବତାର ପଟିରେ ସ୍ଥାନ ପାଇବ କାହା ପ୍ରତିମୂର୍ତ୍ତି । ନବମ ଅବତାରରେ ବୁଦ୍ଧ ରହିବେ ନା ଜଗନ୍ନାଥ । ଏହାକୁ ନେଇ ଜୋର ଧରିଛି ଶାସ୍ତ୍ରୀୟ ବିବାଦ । ଚୂନ ମୂର୍ତ୍ତିରେ ନବମ ସ୍ଥାନରେ ବୁଦ୍ଧଙ୍କ ସ୍ଥାନରେ ଶ୍ରୀଜଗନ୍ନାଥ ରହିବାକୁ ଗୋଟିଏ ଗୋଷ୍ଠୀର ଗବେଷକ ବିରୋଧ କରିଆସୁଛନ୍ତି । ଶ୍ରୀଜଗନ୍ନାଥ ଅବତାର ନୁହଁନ୍ତି । ସେ ଅବତାରୀ। ଶ୍ରୀଜଗନ୍ନାଥଙ୍କୁ ଅବତାରରେ ସାମିଲ କରାଯିବାର କୈଣସି ମହତ୍ୱ ରହିବ ନାହିଁ ବୋଲି ଯୁକ୍ତି ବାଢ଼ିଛି ଗୋଟିଏ ଗୋଷ୍ଠୀ । ଏନେଇ ଗୋଟିଏ ଗୋଷ୍ଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାରୁ ବିବାଦ ତୁଟି ପାରୁନି । 
 ଦୀର୍ଘ ୧୨ ବର୍ଷ ଧରି ତୁଟି ନଥିବା ବିବାଦ କେବେ ତୁଟିବ । କଣ ରହିବ ଶ୍ରୀମନ୍ଦିର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ । କେବେ ଫେରିବ ଶ୍ରୀମନ୍ଦିର ମୁଖଶାଳାର ଶ୍ରୀ । ତାକୁ ଅପେକ୍ଷା। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
will the statue of dashavatar return to the srimandir | Argus News