Videos
|
Odisha

ଆଗକୁ ଶୀତ ବଢ଼ିବ ନା କମିବ ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଗକୁ ଶୀତ ବଢ଼ିବ ନା କମିବ  ?

ଅର୍ଗସ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ଖସୁଛି ପାରଦ । ଧିରେ ଧିରେ ଶୀତ ବଢ଼ିଲାଣି । କିଛି ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । କିନ୍ତୁ କୁହାଯାଉଛି କି ଚଳିତ ବର୍ଷ ଶୀତ କମ୍‌ ହେବ। ବର୍ତ୍ତମାନ ନଭେମ୍ୱର ମାସ ଆରମ୍ଭ ହୋଇଗଲାଣି। ନଭେମ୍ୱର ମାସରେ ଯେମିତି ଶୀତ ଅନୁଭୂତ ହେବା କଥା ସେପରି ଶୀତ ହେଉନଥିବା ଦେଖିବାକୁ ମିଳିଛି।

ତେବେ ଚଳିତ ବର୍ଷ ଏଲ ନିନୋ ପ୍ରଭାବରେ ଶୀତ କମ ଅନୁଭୂତ ହେବ ବୋଲି କୁହାଯାଉଛି । ଭାରତୀୟ ପାଣିପାଗ ବିଭାଗ ଏ ନେଇ ପୂର୍ବାନୁମାନ କରିଛି । ସେହିପରି ନଭେମ୍ବରରେ ଉତ୍ତର ଭାରତ ଓ ମଧ୍ୟ ଭାରତର କିଛି ସ୍ଥାନକୁ ଛାଡି ଦେଶର ଅନ୍ୟ ସବୁ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା ।

ସେପଟେ ଆସନ୍ତା ୫ରୁ ୬ ଦିନ ପର୍ଯ୍ୟନ୍ତ ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ ବୋଲି ସୂଚନାମିଳିଛି । ଗୁରୁବାର ଓ ଶୁକ୍ରବାର ଉପକୂଳ ଓଡିଶା ସମେତ କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଚଳିତ ଶୀତ ଋତୁ ତଥା ନଭେମ୍ୱରଠାରୁ ଫେବ୍ରୁଆରି ପର୍ଯ୍ୟନ୍ତ ଓଡ଼ିଶା ସମେତ ସାରା ଦେଶରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ହେତୁ ଶୀତ କମ୍‌ ରହିବ ବୋଲି ଅନୁମାନ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

winter update in odisha | Argus News