ବିନିକାରେ ଘନକୁହୁଡ଼ି ସହ ଶୀତର ଲହରୀ ଜାରି
·2 years ago·1 min read

ଅର୍ଗସ ବ୍ୟୁରୋ: ସାରା ଓଡିଶାରେ ଘନ କୁହୁଡି ସହ ଶୀତର ଲହରୀ ଜାରି ରହିଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଲରେ ମଧ୍ୟ ଘନ କୁହୁଡ଼ି ସହ ପ୍ରବଳ ଶୀତ ଅନୁଭୂତ ହୋଇଛି। ଗତ 5 ଦିନ ହେବ ଘନ କୁହୁଡ଼ି ପାଇଁ ଯାତାୟାତରେ ବାଧାପ୍ରାପ୍ତ ହୋଇଛି। ବିନିକା ଅଞ୍ଚଳରେ ଏପରି ଭାବରେ ଘନ କୁହୁଡ଼ି ଲାଗି ରହୁଛି , କୁହୁଡି ଯୋଗୁଁ ଦୂରକୁ କିଛି ବି ଦେଖାଯାଉନାହିଁ। ଯାହାକି କୌଣସି ଦୁର୍ଘଟଣାକୁ ଏଡାଇ ଦିଆଯାଇ ନ ପାରେ।
ଯାତାୟାତ କରୁଥିବା ଯାନବାହାନ ଗୁଡିକ ଲାଇଟ ଜାଳି ଯାତାୟାତ କରୁଛନ୍ତି। ସକାଳୁ ସକାଳୁ ଲୋକେ ଶୀତରୁ ବର୍ତ୍ତିବା ପାଇଁ ନିଆଁର ସାହାରା ନେଉଛନ୍ତି। ଘରେ ବାହାରେ ଚାରିଆଡେ ପ୍ରବଳ ଶୀତ ଅନୁଭୂତ ହେବାରୁ ଲୋକେ ନିଆଁ ଦେଖିଲେ ଅଟକି ଯାଇ ନିଆଁର ସାହାରା ନେଉଛନ୍ତି। ରାସ୍ତା କଡ଼ରେ ଥିବା ଚା' ଦୋକାନ ଗୁଡ଼ିକରେ ଭିଡ଼ ଜମାଉଛନ୍ତି। ଗରମ ପୋଷାକ ପରିଧାନ କରିବା ସହ ଗରମ ଜିନିଷ ଖାଇବାକୁ ପସନ୍ଦ କରୁଛନ୍ତି। କୁହୁଡି ସହ ଶୀତର ଲହରୀ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: