Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବଢିବ ଶୀତ, 3ରୁ 4 ଡିଗ୍ରୀ ଯାଏ ଖସିବ ପାରଦ 

Odisha

ବଢିବ ଶୀତ, 3ରୁ 4 ଡିଗ୍ରୀ ଯାଏ ଖସିବ ପାରଦ 

Smruti Parija
Browse all articles by Smruti Parija
·2 years ago·1 min read
ବଢିବ ଶୀତ, 3ରୁ 4 ଡିଗ୍ରୀ ଯାଏ ଖସିବ ପାରଦ 

ଅର୍ଗସ ବ୍ୟୁରୋ:  ଆଜିଠୁ ରାଜ୍ୟରେ ବଢ଼ିବ ଶୀତ । କମିବ ରାତିର ସର୍ବନିମ୍ନ ତାପମାତ୍ରା । 3ରୁ 4 ଡିଗ୍ରୀ ଯାଏ ଖସିବ ପାରଦ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବ । ରାତିର ତାପମାତ୍ରା କମିବା ଫଳରେ ଅଳ୍ପ ଅଳ୍ପ ଥଣ୍ଡା ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା କମିବ ଓ ଏହାପରେ ଅପରିବର୍ତ୍ତିତ ରହିବ ବୋଲି ସୂଚନା ମିଳିଛି। ଦୀପାବଳିକୁ ପାଗ ଶୁଖିଲା ଓ ଖରାଟିଆ ରହିବ ।  ଆକଳନ କରାଯାଉଛି, ଭୁବନେଶ୍ବର ସମେତ ଉପକୂଳରେ ଆଜିଠୁ ରାତିର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧.୫ ଡିଗ୍ରୀକୁ କମିବ । ୨ ଦିନ ପରେ ଅର୍ଥାତ ୧୦ ତାରିଖରୁ ବଢ଼ି ପୁଣି ଥଣ୍ଡା କମିବ । ୧୪ରୁ ୧୬ ତାରିଖ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ ଡିଗ୍ରୀ କମିବା ବେଳେ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରୀ କମିପାରେ ।

ଆହୁରି ପଢନ୍ତୁ ପାଣିପାଗ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Winter will continue, mercury will drop to 3 to 4 degrees | Argus News