Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତାକାଲିଠୁ ପ୍ରବଳ ଖରା  

Manini Pattanayak
Browse all articles by Manini Pattanayak
·2 years ago·2 min read
ଆସନ୍ତାକାଲିଠୁ ପ୍ରବଳ ଖରା  

 ଭୁବନେଶ୍ୱର:  ଦୁର୍ବଳ ହୋଇଛି ଦକ୍ଷିଣ ଓଡ଼ିଶା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ପ୍ରଭାବରେ ରାଜ୍ୟରେ  ଲାଗିରହିଥିବା  ହାଲୁକା  ବର୍ଷା ଓ ମେଘୁଆ ପାଗରେ  ପରିବର୍ତ୍ତନ ଆସିଥିବା  ବେଳେ ପୁଣି ବଢିବ ତାତି। ଆସନ୍ତାକାଲିଠାରୁ ରାଜ୍ୟରେ  ବଢିବ ତାତି।ଖରା ବଢିବା ସହ ଅନୁଭବ ହେବ ଗୁଳୁଗୁଳି। ବାୟୁମଣ୍ଡଳରେ ଶୁଷ୍କତା ବଢିବା ସହ ଟାଣ ଖରା ପାଇଁ ତାତି ବୃଦ୍ଧି ହେବ। ଆସନ୍ତା ୨୪ ଘଂଟାରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ  କିଛି ଜିଲ୍ଲା ଯେପରିକି ମାଲକାନଗିରି  ରାୟଗଡା କୋରାପୁଟ ଗଜପତି ନବରଙ୍ଗପୁର କନ୍ଧମାଳ ଓ କଳାହାଣ୍ଡିରେ କାଁଭାଁ ହାଲୁକା ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। 

ପୂର୍ବାନୁମାନ ୧୧,୧୨ ଏବଂ ୧୩ ତାରିଖରେ ସବୁଠୁ ଅଧିକ ହେବ ଖରା। ବିଶେଷ କରି ଟୁଇନ୍ ସିଟି କଟକ ଭୁବନେଶ୍ବର ସମେତ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ପାରଳାଖେମୁଣ୍ଡି, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରି, ଭୁବନେଶ୍ବର ଏବଂ ନୟାଗଡ ଭଳି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଉପକୂଳ ଓଡ଼ିଶାରେ ସ୍ବାଭାବିକ ଭାବରେ ୩୪ ରୁ ୩୫ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୬ ରୁ ୩୭ ଡିଗ୍ରୀ ତାପମାତ୍ରା ରହିବା କଥା। କିନ୍ତୁ ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଛି। କିନ୍ତୁ ଆସନ୍ତାକାଲି ଠାରୁ  ୪୦ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ତେବେ ୧୪ ତାରିଖରେ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମା ଝଡ।

ପ୍ରଭାବରେ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼ କେନ୍ଦୁଝର ମୟୁରଭଞ୍ଜ ବାଲେଶ୍ବର ଭଦ୍ରକ ରେ  ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  ସେହିପରି  ଗତ  24 ଘଂଟାରେ ରାଜ୍ୟରେ   କିଛି  ଜିଲ୍ଲାରେ ହାଲୁକା  ବର୍ଷା ହୋଇଥିବା ବେଳେ  ସର୍ବାଧିକ  ଗଜପତିରେ ଆର ଉଦୟଗିରିରେ  ୨୪.୦ ଗଂଜାମର  କୂକୂଡାହାଣ୍ଡିରେ ୬.2 ଓ ଗଜପତି  ପରଲଖେମୁଣ୍ଡିରେ  ୧.୨ ମିମି ବର୍ଷା ରେକର୍ଡ  କରାଯାଇଛି। ସେହିପରି ମାଲକାନଗିରିରେ  ୩୭ .୪ ଡିଗ୍ରୀ ସେଲ୍ସିୟସ ସର୍ଵଚ ତାପମାତ୍ରା ରେକର୍ଡ  ହୋଇଛି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
With the change of light rains and cloudy weather in the state, there will be more heats | Argus News