Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେଉଁ ଉଦ୍ଦେଶ୍ୟ ନେଇ ଶ୍ରୀମନ୍ଦିରରେ ପଶିଥିଲେ ଅଣହିନ୍ଦୁ ବିଦେଶୀ ?

Odisha

କେଉଁ ଉଦ୍ଦେଶ୍ୟ ନେଇ ଶ୍ରୀମନ୍ଦିରରେ ପଶିଥିଲେ ଅଣହିନ୍ଦୁ ବିଦେଶୀ ?

Smruti Parija
Browse all articles by Smruti Parija
·2 years ago·2 min read
କେଉଁ ଉଦ୍ଦେଶ୍ୟ ନେଇ ଶ୍ରୀମନ୍ଦିରରେ ପଶିଥିଲେ ଅଣହିନ୍ଦୁ ବିଦେଶୀ ?

Key Points

  • ସାମ୍ନାକୁ ଆସିଲା ଶ୍ରୀମନ୍ଦିର ସୁରକ୍ଷା ନେଇ ଚରମ ତ୍ରୁଟି
  • ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭେଦି ମନ୍ଦିରରେ ପଶିଲେ ବାଂଲାଦେଶୀ 
  • ଏତେ ସାଂଘାତିକ ଅବହେଳା ପାଇଁ କିଏ ହେବ ଉତ୍ତରଦାୟୀ ?
  • କେଉଁ ଉଦ୍ଦେଶ୍ୟ ନେଇ ଶ୍ରୀମନ୍ଦିରରେ ପଶିଥିଲେ ଅଣହିନ୍ଦୁ ବିଦେଶୀ ?
  • ଚୋର ଗଲାପରେ ଚେତା ପଶିବା ପରି ଅଣହିନ୍ଦୁଙ୍କ ପାଇଁ ଆସିବ ଏସଓପି
  • କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ବାରମ୍ବାର ସତର୍କତା ସତ୍ବ୍ବେ କାହିଁକି ନଥିଲେ ଚେତି ?

ପୁରୀ: ତ୍ରୀସ୍ତରୀୟ ସୁରକ୍ଷା ବଳୟ ଭାଙ୍ଗି ଶ୍ରୀମନ୍ଦିରର ଭିତରକୁ ପଶିଗଲେ 4 ବାଙ୍ଗଲାଦେଶୀ। ଯେଉଁମାନଙ୍କ ମଧ୍ୟରୁ 3 ଜଣ ହେଉଛନ୍ତି ଅଣହିନ୍ଦୁ । ଟେରପାଇଲାନି ପୋଲିସ । ଶ୍ରୀମନ୍ଦିର ସୁରକ୍ଷାରେ ସାଂଘାତିକ ତ୍ରୁଟି। କାହିଁକି ଫେଲ ମାରିଲା ସୁରକ୍ଷା ବ୍ୟବସ୍ଥା ସେନେଇ ମୁହଁ ନଖୋଲି ପୁରୀ ଏସପି ମହାଶୟ ମିଛ କହି ଖସିଯିବାକୁ ଚେଷ୍ଟା କରୁଛନ୍ତି।

ଏସପି କହୁଛନ୍ତି ଆମ ନଜରକୁ ଆସିବା ପରେ ସନିଅର ଅଫିସର ଯାଏ ଯାଞ୍ଚ କରିଥିଲେ। ଆଜ୍ଞା ଆପଣଙ୍କ ନଜରକୁ ଆସିନଥିଲା ବଜରଙ୍ଗ କର୍ମୀ ପୋଲିସକୁ ଖବର ଦେବା ପରେ ଯାଇ ପୋଲିସ ସେମାନଙ୍କୁ ଧରିଲା। ସେତବେଳକୁ ଏହି ଅଣ ହିନ୍ଦୁ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ସାରିଥିଲେ। 

ପୂର୍ବରୁ ବି ବାରମ୍ବାର ସୁରକ୍ଷାକର୍ମୀଙ୍କ ଆଖିରେ ଧୁଳିଦେଇ ମୋବାଇଲ ଫୋନ୍ ଧରି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଭକ୍ତ। ଭିତରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଛନ୍ତି। ଶ୍ରୀମନ୍ଦିର ପ୍ରତି ବିପଦ ରହିଥିବା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ବାରମ୍ବାର ସତର୍କ କରାଯାଇଛି। କିନ୍ତୁ ପୋଲିସ ବିଭାଗ ଏହାକୁ ଆଦୌ ଗମ୍ଭୀରତାର ସହ ନନେବାରୁ ଆଜି ଏଭଳି ପରିସ୍ଥିତି ଉପୁଜିଛି। 

ପୂର୍ବରୁ ଗୋମାଂସ ଭକ୍ଷଣକାରୀ କାମୀୟା ଜାନିଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରାଇବା ଏବଂ ସେ ମନ୍ଦିର ଭିତରେ ଫଟୋ ଉଠାଇବାକୁ ନେଇ ବିବାଦ ହୋଇଥିଲା। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ କାମ୍ୟା ଜାନିଙ୍କ ସପକ୍ଷରେ ଓକିଲାତି କଲା। କାମ୍ୟାଜାନି ଘଟଣାକୁ ହାଲକା ଭାବେ ନେବାର ପରିଣାମ ସ୍ବରୂପ 3 ଅଣହିନ୍ଦୁ ଶ୍ରୀମନ୍ଦିର ଭିତରକୁ ପଶିବାକୁ ସାହସ କଲେ ବୋଲି ହୋଇଛି ଅଭିଯୋଗ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ଚୋରଗଲାପରେ ଚେତାପଶିଲା ପରି ଅଣହିନ୍ଦୁ ମାନଙ୍କ ପ୍ରବେଶ ଉପରେ ନୂତନ ଏସଓପି ଖୁବଶୀଘ୍ର ଜାରି ହେବ ଓ ବିଭିନ୍ନ ସ୍ଥାନରେ ସୂଚନା ଫଳକ ମରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରଦୀପ ସାହୁ। ଏଥିସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି। ସେପଟେ ଯେଉଁ ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ଓ ଯେଉଁମାନେ ବାହାରେ ଜଗିଥିଲେ ସମସ୍ତଙ୍କର ପାସପୋର୍ଟ ଓ ଭିସା ଯାଞ୍ଚ କରୁଛି ପୁରୀ ପୋଲିସ।  

କେଉଁ ଉଦ୍ଦେଶ୍ୟରେ ଏହି ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ? ଅନ୍ୟ ଅଣହିନ୍ଦୁମାନେ କାହିଁକି ବାହାରେ ଜଗି ବସିରହିଥିଲେ ? ଏତେବଡ଼ ସୁରକ୍ଷା ତ୍ରୁଟି ପାଇଁ କିଏ ହେବ ଉତ୍ତରଦାୟୀ ? ଶ୍ରୀମନନ୍ଦିର ସୁରକ୍ଷାରେ ବିଫଳତା ପାଇଁ ହେବ କି କାର୍ଯ୍ୟାନୁଷ୍ଠାନ ?

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
With what purpose did the non-Hindu foreigner enter the temple? | Argus News