୭ଦିନ ମଧ୍ୟରେ ୨୦ ଜଣ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ
·1 year ago·1 min read

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ମହୁଲପାଟି ପଞ୍ଚାୟତ କନ୍ଦାଗାଡ଼ ଗାଁ ରେ ଡ଼ାଇରିଆ ଆତଙ୍କ ଦେଖାଦେଇଛି । ଗାଁରେ ଗତ ୭ଦିନ ମଧ୍ୟରେ ପ୍ରାୟ ୨୦ ଜଣ ଲୋକେ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନା ରେ ଚିକିତ୍ସିତ ହୋଇ ଫେରିଥିବା ଗ୍ରାମବାସୀ କହିଛନ୍ତି। ଗାଁ ରେ ବର୍ତ୍ତମାନ ୩ଜଣ ରୋଗିଥିବା ତୁରେକେଲା ମେଡିକାଲ ଅଫିସର କହିଛନ୍ତି। ଖବର ଜାଣିବା ପରେ ତୁରେକେଲା ଡାକ୍ତରୀ ଟିମ ୩ଦିନ ହେବ ଗାଁ ରେ ପହଞ୍ଚି ଲୋକ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ନଳକୂପ ଓ କୂଅ ରେ ବ୍ଲିଚଙ୍ଗ କରିବା ସହ ଗାଁରେ ଏକ ଅସ୍ଥାୟୀ କ୍ୟାମ୍ପ କରି ଘରକୁ ଯାଇ ରୋଗୀ ଚିହ୍ନଟ କରୁଛନ୍ତି। ଝାଡାବାନ୍ତି ରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଙ୍କ ନାମ ଚୈତନ ଖରସେଲ ବୋଲି ଜଣାପଡିଥିବା ବେଳେ ଏହା କେଉଁ କାରଣ ରୁ ତାର ମୃତ୍ୟୁ ହୋଇଛି ତାହା ତଦନ୍ତ ଚାଲିଛି ବୋଲି ମେଡିକାଲ ଅଫିସର କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: