ନିର୍ମାଣର ବର୍ଷକ ଭିତରେ ରାସ୍ତା ପାଲଟିଲା ମରଣଯନ୍ତା

ଅର୍ଗସ ବ୍ୟୁରୋ: ଥରେ ଭଲ ଭାବେ ଦେଖି ନିଅନ୍ତୁ ଏହି ଖାଲଖମା ରେ କାଦୁଅ ପାଣି ପରିପୂର୍ଣ୍ଣ ଏହି ରାସ୍ତାକୁ l ମାଟି କାଦୁଅ ରାସ୍ତାର ଭ୍ରମ ସୃଷ୍ଟି କରୁଥିବା ଏହି ପକ୍କା ରାସ୍ତା ହେଉଛି ୧୨.୦୯.୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ ନବ ନିର୍ମିତ ପିଚୁ ରାସ୍ତା । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଛକ ଠାରୁ ଡେଙ୍ଗାତୁଟାଗୁଡା ଯିବା ରାସ୍ତା । ରାସ୍ତାର ପାର୍ଶ୍ଵ ରେ ଲାଗିଥିବା ଫଳକ ଅନୁସାରେ ଏହି ରାସ୍ତା ୨କୋଟି ୩୦ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ନିର୍ମାଣ ହୋଇଛି। ୧୨/୦୯/୨୦୨୨ରେ ଏହାର କାମ ଆରମ୍ଭ ହୋଇ ୧୧/୦୬/୨୦୨୩ରେ ଶେଷ ହୋଇଥିଲା । ତେବେ କାର୍ଯ୍ୟ ଶେଷ ହେବାର ବର୍ଷେ ନ ପୁରୁଣୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତାରେ ଖାଲି ସ୍ଥାନେ ସ୍ଥାନେ ପିଚୁ ଉଠିଛି ତାହା ନୁହେଁ ପୁରା ରାସ୍ତାର ଅନେକ ସ୍ଥାନରେ ପିଚୁ ପ୍ରାୟ ଦୁଇ ଫୁଟ ଦବି ଯାଇ କାଦୁଅ ରାସ୍ତାରେ ପରିଣତ ହୋଇଛି । ସାରା ରାସ୍ତାର ଅନେକ ସ୍ଥାନରେ ପ୍ରାୟ ଦୁଇ ଫୁଟର ଗାତ ହୋଇଯାଇଛି । ଫଳରେ ଏହା ପିଚୁ ରାସ୍ତା ନା ମାଟି ରାସ୍ତା ତାହା ଚିହ୍ନିବା କଷ୍ଟକର ହୋଇପଡିଛି l
ନିମ୍ନମାନର କାମ ପାଇଁ ବର୍ଷେ ନ ପୁରୁଣୁ ରାସ୍ତାର ହାଲ୍ ବେହାଲ୍ ହୋଇ ପଡିଛି । ରାସ୍ତାର ଦୁରାବସ୍ତା ପାଇଁ ବହୁ ଦୁର୍ଘଟଣା ମଧ୍ୟ ହେଉଛି। ତେବେ ଏବିସୟରେ ପ୍ରଶାସନ ସଵୁ ଜାଣି ଚୁପ୍ ବସିଥିବା ଅଭିଯୋଗ ହୋଇଛି। ଏହାକୁ ନେଇଁ ଆମେ ବିଭାଗୀୟ ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ନିର୍ବାହୀ ଯନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l ଅନ୍ୟପଟେ ରାସ୍ତାର ଏଭଳି ଅବସ୍ଥା ବିଷୟରେ ଅବଗତ ହେବା ପରେ ବିଭାଗୀୟ କତ୍ତୃପକ୍ଷଙ୍କ ସହ ଆଲୋଚନା କରି ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ କହିଛନ୍ତି ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ l
କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ରାସ୍ତା ବର୍ଷକ ଭିତରେ ପାଲଟିଲା ମରଣ ଯନ୍ତା । ତେବେ ଦେଖିବାକୁ ବାକି ରହିଲା ରାସ୍ତାର ପୁନଃ ନିର୍ମାଣ କାମ କେବେ ହେଉଚି ଏବଂ ଏହି ନିମ୍ନ ମାନ ର କାର୍ଯ୍ୟ ରେ ସମ୍ପୃକ୍ତ ଥିବା ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି l
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: