Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହିଳାଙ୍କୁ ନୃଶଂସ ଭାବେ ହତ୍ୟା, ଅଭିଯୁକ୍ତ ଅଟକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମହିଳାଙ୍କୁ ନୃଶଂସ ଭାବେ ହତ୍ୟା, ଅଭିଯୁକ୍ତ ଅଟକ

ଅର୍ଗସ ବ୍ୟୁରୋ: ଡାହାଣୀ ସନ୍ଦେହରେ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ  ଥାନା ଅଧୀନ ଲହଣ୍ଡାକୋଚା ଗାଁରେ ଘଟିଛି ଏ ହତ୍ୟାକାଣ୍ଡ । ମୃତ ମହିଳା ହେଲେ ବୋଲାଇ ମୁର୍ମୁଙ୍କ ସ୍ତ୍ରୀ ମିନତୀ ମୁର୍ମୁ । ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ଭାଇ ଓ ପୁତୁରା ମିଶି ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ୱାମୀ ।

ଖବର ପାଇ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ୱାମୀ ମକର ମେଳା ଦେଖିବାକୁ ଯାଇଥିବା ବେଳେ ବିଳମ୍ବିତ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଭାଇ ଓ ପୁତୁରା ମିଶି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ୱାମୀ । ମେଳାରୁ ଫେରି ରକ୍ତ ଯୁଡ଼ୁବୁଡୁ ଅବସ୍ଥାରେ ନିଜ ସ୍ତ୍ରୀଙ୍କୁ ଦେଖି ଝାରପୋଖରିଆ ପୋଲିସକୁ ଖବର ଦେଇଥିଲେ । କିଛି ଦିନ ତଳେ ପରିବାରରେ ଝଗଡ଼ା ଲାଗିଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman brutally murdered, accused detained | Argus News