Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାପ କାମୁଡ଼ିବା ପରେ ଜିଅନ୍ତା ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ମହିଳା

Odisha

Woman Carries Live Snake / ସାପ କାମୁଡ଼ିବା ପରେ ଜିଅନ୍ତା ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ମହିଳା

Bikash Mohanty
Browse all articles by Bikash Mohanty
·2 hours ago·2 min read
ସାପ କାମୁଡ଼ିବା ପରେ ଜିଅନ୍ତା ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ମହିଳା
Woman Carries Live Snake

Key Points

କାମୁଡ଼ିଲା ସାପ
ଜିଅନ୍ତା ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ମହିଳା
ମହିଳା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ମାଲକାନଗିରିର ମାଥିଲି ବ୍ଲକର ଘଟଣା
ମାଲକାନଗିରି,୨୬/୦୬: ସାପ ନାଁ ଶୁଣିଲେ ସାଧାରଣତଃ ଲୋକଙ୍କ ଛନକା ପଶିଯାଏ। ଆଉ ଯଦି ସାପ କାମୁଡ଼ିଦିଏ,କଥା ସରିଲା। ଭୟରେ ମଣିଷ ଅଧା ମରିଯାଏ। ହେଲେ ଏଭଳି ପରିସ୍ଥିତିରେ ଭୟ ନକରି ସାହସର ପରିଚୟ ଦେଇଛନ୍ତି ଜଣେ ମହିଳା।

ସାପ କାମୁଡ଼ିବା ପରେ ସେ କେବଳ ସେହି ବିଷାକ୍ତ ସାପକୁ ଜୀବନ୍ତ ଧରିନାହାନ୍ତି, ବରଂ ତାକୁ ଏକ ବିସ୍କୁଟ ଡବାରେ ଭର୍ତ୍ତି କରି ଚିକିତ୍ସା ପାଇଁ ସିଧା ଡାକ୍ତରଖାନାରେ ପହଞ୍ଚିଛନ୍ତି। ଏଭଳି ଏକ ଅଜବ ତଥା ଚମକାଇ ଦେବା ଭଳି ଦୃଶ୍ୟ ମାଲକାନଗିରିର ମାଥିଲି ହସ୍ପିଟାଲରେ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, କୁରୁମପାଲି ଗ୍ରାମର ମହିଳା ମଣିମା ନାୟକ ରାତିରେ ନିଜ ଘରେ ଶୋଇଥିଲେ। ଏହି ସମୟରେ ଏକ ବିଷାକ୍ତ ସାପ କେଉଁଆଡ଼ୁ ଆସି ହଠାତ୍ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ମାତ୍ରେ ମଣିମାଙ୍କ ନିଦ ଭାଙ୍ଗି ଯାଇଥିଲା ଏବଂ ଗୋଡ଼ରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା। ସାଧାରଣତଃ ଏଭଳି ସ୍ଥିତିରେ ଲୋକେ ପାଟିତୁଣ୍ଡ କରନ୍ତି କିମ୍ବା ବିକଳ ହୁଅନ୍ତି। କିନ୍ତୁ ମଣିମା ଧୈର୍ଯ୍ୟ ହରାଇ ନଥିଲେ। କେଉଁ ସାପ କାମୁଡ଼ିଛି ତାହା ଡାକ୍ତରଙ୍କୁ ଚିହ୍ନାଇବା ଜରୁରୀ ଭାବି ସେ ସେହି ବିଷଧର ସାପକୁ ନିଜ ହାତରେ କାବୁ କରିନେଇଥିଲେ। ଏହାପରେ ବଡ଼ ଚତୁରତାର ସହ ସାପକୁ ଏକ ଖାଲି ବିସ୍କୁଟ ଡବା ଭିତରେ ପୂରାଇ ତାର ଢାଙ୍କୁଣି ବନ୍ଦ କରିଦେଇଥିଲେ। ମହିଳା ଜଣକ ସାପ ଭର୍ତ୍ତି ଡବାକୁ ଧରି ସିଧାସଳଖ ଡାକ୍ତରଖାନାରେ ପହଞ୍ଚିଥିଲେ।

ପଢନ୍ତୁ ଏହି ଖବର: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା

ଯେତେବେଳେ ଡାକ୍ତର ଓ ସେଠାରେ ଉପସ୍ଥିତ ଲୋକେ ଜାଣିବାକୁ ପାଇଲେ ଯେ ମହିଳାଙ୍କ ହାତରେ ଥିବା ଡବା ଭିତରେ ସେହି ସାପଟି ଅଛି ଯିଏ ତାଙ୍କୁ କାମୁଡ଼ିଛି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ସମୟ ପାଇଁ ଡାକ୍ତରଖାନା ପରିସରରେ ଆତଙ୍କ ଖେଳିଯାଇଥିଲା। ତେବେ ମହିଳାଙ୍କର ଏହି ସାହସିକତାକୁ ଦେଖି ଡାକ୍ତର ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି, କାରଣ ସାପ ଚିହ୍ନଟ ହେବା ଫଳରେ ସଠିକ୍ ଆଣ୍ଟି-ଭେନମ୍ ଇଞ୍ଜେକ୍ସନ ଦେଇ ଚିକିତ୍ସା କରିବା ଡାକ୍ତରଙ୍କ ପାଇଁ ସହଜ ହୋଇଛି। ବର୍ତ୍ତମାନ ମହିଳାଙ୍କ ଚିକିତ୍ସା ଜାରି ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ବର୍ଷା ଦିନ ହୋଇଥିବାରୁ ଅନେକ ପ୍ରକାରର ସାପ ବାହାରିବେ । ସେମାନଙ୍କ ଠାରୁ ସତର୍କତା ଅବଲମ୍ବନ ଜରୁରୀ । ତେଣୁ ଏଭଳି ସାପକୁ ନଧରିବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ପ୍ରଶିକ୍ଷିତ ଲୋକଙ୍କୁ ଡାକି କିମ୍ବା ସ୍ନେକ୍ ହେଲ୍ପ ଲାଇନର ସଦସ୍ୟଙ୍କ ସାହାଯ୍ୟ ନେବାକୁ ପରାମର୍ଶ ଦିଆଯାଇଛି । ସାପ ଦଂଶନ କଲେ ତୁରନ୍ତ ଡାକ୍ତରୀ ଚିକିତ୍ସା କରାଇ ନେବା ଜରୁରୀ । ପ୍ରତ୍ୟେକ ଡାକ୍ତରଖାନାରେ ସାପ ବିଷର ପ୍ରକାର ଓ ପରିମାଣ ପାଇଁ ବିଭିନ୍ନ ପରୀକ୍ଷା କରାଯାଇଥାଏ । ତେଣୁ ଚିକିତ୍ସା ନିମନ୍ତେ କାମୁଡିଥିବା ସାପକୁ ଧରି ହସ୍ପିଟାଲ ନଯିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored