ଶିକାରୀ ଗୁଳିମାଡରେ ମହିଳା ଗୁରୁତର: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
·2 years ago·1 min read

ଅର୍ଗସ ବ୍ୟୁରୋ: ଜଙ୍ଗଲରେ ଖଲି ପାଇଁ ପତ୍ର ତୋଳୁଥିବା ବେଳେ ମହିଳାଙ୍କ ପେଟରେ ବାଜିଲା ଗୁଳି। ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ଥାନା ଦଦରାଲୁଣ୍ଡା ପଞ୍ଚାୟତ ବେଡିଗୋବା ଗାଁ ନିକଟ ଜଙ୍ଗଲରେ। ଗୁଳି ମାଡ଼ରେ ଆହତ ହୋଇଥିବା ମହିଳା ଜଣକ ହେଲେ ସ୍ୱପ୍ନା ସାହୁ (୩୪)।
ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସମୟରେ ମା ଓ ଝିଅ ଦୁହେଁ ମିଶି ଖଲି ପତ୍ର ତୋଳି ସାରି ପତ୍ର ଗୁଡିକୁ ବିଡା ବାନ୍ଧୁଥିବା ବେଳେ ହଠାତ ଝିଅ ପେଟରେ ଗୁଳି ବାଜି ଥିଲା। ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘରକୁ ଆଣିଥିଲେ ମା'। ଗତକାଲି ଆମ୍ବୁଲାନ୍ସ ସହ ଯୋଗାଯୋଗ ନ ହୋଇପାରିବାରୁ ଆଜି ସକାଳୁ ଝିଅକୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଛି ମା'। ତେବେ ଗୁଳି ମାଡ଼ର କାରଣ ଜଣାପଡି ନ ଥିବା ବେଳେ ବନ୍ୟଜନ୍ତୁକୁ ଶିକାର ଉଦ୍ଦେଶ୍ୟରେ ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: