Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଘ ଆକ୍ରମଣରେ ମହିଳା ଗୁରୁତର

Manini Pattanayak
Browse all articles by Manini Pattanayak
·1 year ago·1 min read
ବାଘ ଆକ୍ରମଣରେ ମହିଳା ଗୁରୁତର

ଢେଙ୍କାନାଳ:  ମହାବିରୋଡ ରେଞ୍ଜରେ କଲରାପତରିଆ ବାଘ ଆତଙ୍କ। ଜଣେ  ମହିଳାଙ୍କୁ ଆକ୍ରମଣ କରିଥିବା ସୁଚନା।  । ଆହାତ ମହିଳା ଜଣକ ହେଲେ ମହାବିରୋଡ଼ ଥାନା ବ୍ରାହ୍ମଣଧରା ଗ୍ରାମର ପୁଇନ ନାୟକ। ସୁଚନା ମୁତାବକ ଆଜି ଅପରାହ୍ନରେ  ମହିଳା ଜଣକ ଏବଂ  ତାଙ୍କ ସହ ଗ୍ରାମର ଦୁଇଜଣ  ମିଶି ପଙ୍ଗାତିରା ସେକ୍ସନ ବ୍ରାହ୍ମଣଧରା ଗ୍ରାମ୍ୟ ଜଙ୍ଗଲକୁ ମହିଳା ଛେଳିଚରାଇବା ପାଇଁ ଯାଇଥିଲେ। ଛେଳି ଚରାଉଥିବା ବେଳେ ଏକ କଲରାପତରିଆ ବାଘ ହଟାତ ତାଙ୍କ ଉପରକୁ ଆକ୍ରମଣ କରିଥିଲା।  

ମହିଳାଙ୍କ ଚିତ୍କାର ଶୁଣି ସାଥିରେ ଥିବା ଅନ୍ୟ ଦୁଇଜଣ ଧାଇଁ ଆସିବାରୁ ବାଘଟି ମହିଳା ଜଣକୁ ଛାଡି ପଳାଇଥିଲା। ସାଥି ଦୁଇଜଣ ମହିଳାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ଏବଂ ବନବିଭାଗ ଖବର ପାଇ ଗ୍ରାମରେ ପହଞ୍ଚି ମହିଳାଙ୍କୁ ଚିକିତ୍ସା ନିମନ୍ତେ ପରଜଙ୍ଗ ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତିକରିଥିଲେ। ମହିଳାଙ୍କ ଦୁଇ କାନ୍ଧ,ଛାତି ଓ ଜଘଂରେ ଗଭିର ଆଘାତ ଲାଗିଥିବା ଜଣାପଡିଛି। ବର୍ତମାନ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥ ସ୍ଥିର ଅଛି। ବନ ବିଭାଗ ତରଫରୁ ବ୍ରାହ୍ମଣଧରା ଗ୍ରାମରେ ସଚେତନ କରାଯାଉଛି ଓ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ମଧ୍ୟ ସତର୍କ କରାଯାଉଛି । ଏପଟେ ଗ୍ରାମରେ ଜଣେ ମହିଳାଙ୍କୁ ବାଘ ଆକ୍ରମଣ କରିଥିବା ଘଟଣା ଜଣା ପଡିବା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman critically injured in tiger attack | Argus News