Videos
|
Odisha

Baby Girl Birth / ପ୍ଲାଟଫର୍ମରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା… ଭୁବନେଶ୍ୱର ଷ୍ଟେସନରେ ଦେବଦୂତ ସାଜିଲେ ଆରପିଏଫ

Ritu Das
Browse all articles by Ritu Das
·3 hours ago·1 min read
ପ୍ଲାଟଫର୍ମରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା… ଭୁବନେଶ୍ୱର ଷ୍ଟେସନରେ ଦେବଦୂତ ସାଜିଲେ ଆରପିଏଫ
Woman delivers baby girl on railway platform a

Key Points

ଭୁବନେଶ୍ବର ଷ୍ଟେସନରେ ସାହାଯ୍ୟର ହାତ ବଢ଼ାଇଲେ ଆରପିଏଫ
ପ୍ଲାଟଫର୍ମରେ ଜନ୍ମ ନେଲା ଶିଶୁକନ୍ୟା

ଟ୍ରେନ୍‌ରେ ଆସିଲା ପ୍ରସବ ବେଦନା, ପ୍ଲାଟଫର୍ମରେ ଜନ୍ମ ନେଲା ଶିଶୁକନ୍ୟା । ସାହାଯ୍ୟର ହାତ ବଢାଇଲେ ଆରପିଏଫ । ଭୁବନେଶ୍ୱର ରେଳ ଷ୍ଟେସନରେ ଘଟିଛି ଏପରି ଅଭାବନୀୟ ଘଟଣା । ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ହଠାତ୍ ପ୍ରସବ ବେଦନା ଆସିଥିଲା ।
 
ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଭୁବନେଶ୍ୱର ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିବା ପରେ ମହିଳାଙ୍କ ଅବସ୍ଥା ଦେଖି ସହାୟତାର ହାତ ବଢ଼ାଇଥିଲେ RPF ଅଧିକାରୀ ଓ ‘ମେରି ସହେଲୀ’ ଟିମ୍ । ତୁରନ୍ତ ପ୍ଲାଟଫର୍ମରେ ମହିଳାଙ୍କ ଚାରିପଟେ କପଡ଼ା ଦେଇ ଆବରଣ କରାଯାଇ ଗୋପନୀୟତା ରକ୍ଷା କରା ଯାଇଥିଲା । 

ଏଥିସହ ପଢ଼ନ୍ତୁ: ଶୁଭଶ୍ରୀ ନିଖୋଜ ଘଟଣା : ଗଡୁଛି ଦିନ ବଢୁଛି ସସ୍ପେନ୍ସ 

ମେଡିକାଲ୍ ନେବାକୁ ସମୟ ନଥିବାରୁ RPFର ମହିଳା ଅଧିକାରୀ ଓ ଅନ୍ୟ କର୍ମଚାରୀ ପ୍ରସବ ପାଇଁ ସହାୟତା କରିଥିଲେ । ଶେଷରେ  RPF ମହିଳା ଅଧିକାରୀ ଓ କର୍ମଚାରୀଙ୍କ ସହାୟତାରେ ପ୍ଲାଟଫର୍ମ ଉପରେ ହିଁ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ମହିଳା ଜଣଙ୍କ ।

ପରେ RPF ପକ୍ଷରୁ ଗାଡ଼ି ବ୍ୟବସ୍ଥା କରାଯାଇ ମା’ ଓ ନବଜାତ ଶିଶୁଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ମା’ ଓ ନବଜାତ ଶିଶୁ ଉଭୟଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଭୁବନେଶ୍ଵର ରେଲୱେ ଷ୍ଟେସନର ଏହି ଘଟଣାର ଚର୍ଚ୍ଚା ଏବେ ସବୁଠି ହେଉଛି ।

ମହିଳା ଆରପିଏଫ୍ ଅଧିକାରୀଙ୍କ ଉଦ୍ୟମ ଯୋଗୁଁ ପ୍ରସବ ବେଦନା ପାଉଥିବା ମହିଳା ସୁରକ୍ଷିତ ଭାବେ ପ୍ରସବ କରିଛନ୍ତି । ଯାହାକୁ ନେଇ ସମସ୍ତେ ମହିଳା ଆରପିଏଫ୍ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନେକ ସମୟରେ ଆରିପିଏଫ୍ ଟ୍ରେନ୍‌ ଯାତ୍ରା ସମୟରେ ଯାତ୍ରୀଙ୍କ ଜୀବନ ବଞ୍ଚାଉଥିବା ବେଳେ ଏବେ ଷ୍ଟେସନରେ ନୂଆ ଜୀବନକୁ ଦୁନିଆକୁ ଆଣିବା ପାଇଁ ବଡ଼ ପ୍ରୟାସ କରି ସଫଳତା ପାଇଛନ୍ତି ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: