Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭ୍ୟାନ ଧକ୍କାରେ ମହିଳା ମୃତ

Odisha

ଭ୍ୟାନ ଧକ୍କାରେ ମହିଳା ମୃତ

Ritu Das
Browse all articles by Ritu Das
·1 year ago·1 min read
ଭ୍ୟାନ ଧକ୍କାରେ ମହିଳା ମୃତ

ଅର୍ଗସ ବ୍ୟୁରୋ: ଏକ ମାଲ ବୋଝେଇ ଭ୍ୟାନ ଜଣେ ମହିଳାଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ଏଭଳି ଘଟଣା ଘଟିଛି ଟାଙ୍ଗୀ କପିଳାସ ରାସ୍ତା ଭଗତପୁର ମିଲ ଛକରେ। ଦୁର୍ଘଟଣା ଭ୍ୟାନଟି ମହିଳାଙ୍କ ମୁଣ୍ଡ ଉପରେ ମାଡିଯାଇଥିଲା । ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ମୃତ ମହିଳା ଜଣଙ୍କ ହେଲେ ସ୍ଥାନୀୟ ଭଗତପୁର ଅଞ୍ଚଳର ଚିନ୍ତା ବାଇ । ସ୍ଥାନୀୟ ଲୋକେ ଧକ୍କା ଦେଇଥିବା ଗାଡ଼ି ଡ୍ରାଇଭରକୁ କାବୁ କରିବା ସହିତ ଟାଙ୍ଗୀ ପୋଲିସ ଜିମା ଦେଇଥିଲେ । ବେଆଇନ ଗାଡ଼ି ପାର୍କିଂ ପାଇଁ ଦୁର୍ଘଟଣା ଘଟିଥିବା ଦାବି କରି ରାସ୍ତାରେ ଟାୟାର ଜାଳି କିଛି ସମୟ ପାଇଁ ରାସ୍ତା ରୋକ କରାଯାଇଥିଲା । ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ଟାଙ୍ଗୀ ଚୌଦ୍ଵାର ତହସିଲଦାର ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା । 

ସୂଚନା ଅନୁଯାୟୀ ମହିଳାଙ୍କ ସହିତ ତାଙ୍କର ଦୁଇଟି ପିଲା ରାସ୍ତାରେ ଚାଲିକି ଯାଉଥିବା ବେଳେ ଏହି ଭ୍ୟାନଟି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ତାଙ୍କ ପିଲା ମାନେ ଗୁରୁତର ଆହତ ହୋଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Woman dies | Argus News