Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତପସ୍ବିନୀ ଏକ୍ସପ୍ରେସରେ ମହିଳା ଜନ୍ମ ଦେଲେ କନ୍ୟା ସନ୍ତାନ  

Manini Pattanayak
Browse all articles by Manini Pattanayak
·2 years ago·1 min read
ତପସ୍ବିନୀ ଏକ୍ସପ୍ରେସରେ ମହିଳା ଜନ୍ମ ଦେଲେ କନ୍ୟା ସନ୍ତାନ  

ବଲାଙ୍ଗିର: ସମ୍ବଲପୁର ରାୟଗଡ଼ା ତପସ୍ବିନୀ ଏକ୍ସପ୍ରେସରେ  ଜଣେ ମହିଳା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଟିଟିଲାଗଡ଼ ଆରପିଏଫ ଅଧିକାରୀ ଧର୍ମେନ୍ଦ୍ର ମିଶ୍ରଙ୍କ ସୂଚନା ଅନୁସାରେ, ବଲାଙ୍ଗିର ରେଳ ଜଙ୍କସନରୁ ଏକ ଦମ୍ପତ୍ତି କେସିଙ୍ଗା ଯିବା ପାଇଁ ଉକ୍ତ ଟ୍ରେନରେ ଚଢିଥିଲେ । ସାଧାରଣ ବଗିରେ ଯାତ୍ରା କରୁଥିବା ମହିଳାଙ୍କ ପ୍ରସବ ବେଦନା ସହ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଖବର ପାଇ ସ୍ଥାନୀୟ ଆରପିଏଫ ଏସ୍‌ଇ ରୁଙ୍କୁ ଅଶ୍ବିନ, ଏଲସି ପଦ୍ମା କୌର ପ୍ରସୂତି ମହିଳାଙ୍କ ସହ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ ।

ରେଳବାଇ ଡାକ୍ତରଖାନା ଅଧିକାରୀ ପହଞ୍ଚି ଆବଶ୍ୟକ ପ୍ରକ୍ରିୟା ଶେଷ କରି ଆମ୍ବୁଲାନ୍ସରେ ଆର୍‌ପିଏଫ ଏଏସ୍‌ଆଇ ଭି ହାତିରାମ ଓ ଏଲସି ଶ୍ରୀମତୀ କୌର ମହିଳା ଓ ନବଜାତ ଶିଶୁଙ୍କୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ମା’ ଓ ଶିଶୁର ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ପଠାଯାଇଥିବା ଜଣାପଡିଛି l 

ଓଡିଶା ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman gives birth to baby girl on Tapaswini Express | Argus News