୪ କୋଟିର ଗାଡି ମାଲିକଙ୍କ ପାଇଁ ମାନବିକତା ବୃଥା ଆସ୍ଫାଳନ

ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ପାୱାରହାଉସ ଛକରେ ଦାମୀ ଗାଡିରେ ଘଟିଥିବା ଦୁର୍ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଯାଜପୁର ଖର୍ଦ୍ଦାସାହିର ଲୋପାମୁଦ୍ରା ସାହୁଙ୍କ ପରିବାର । ବଡ ଲୋକଙ୍କ ବଡ ଗାଡିରେ ଲୁଚିଥିଲା ବଡ ବିପତ୍ତି । ଝିଅ ତ ଚାଲିଗଲା ଜୀବନ ସହ ସଂଗ୍ରାମ କରୁଛନ୍ତି ସମ୍ପର୍କୀୟ ପୂର୍ବତନ ସିଆଇଏସଏଫ୍ ଯବାନ କୃଷ୍ଣଚନ୍ଦ୍ର ନାୟକ । ପରିବାର ଲୋକେ ଜମିବାଡି ବିକ୍ରି କରି ନିଜ ହାତରୁ କରୁଛନ୍ତି ଚିକିତ୍ସା ଖର୍ଚ୍ଚ। ପରିବାରର ଅଭିଯୋଗ, ଗରିବ ବୋଲି ମାମଲା ଚାପିଦେବାକୁ ପ୍ରୟାସ କରୁଛି ପୋଲିସ। ଦୁର୍ଘଟଣା ଦିନର ସିସିଟିଭି ଯାଞ୍ଚ ହେଉନାହିଁ। ପୋଲିସ ପ୍ରଥମେ ଭୁଲ୍ ଗାଡି ନମ୍ବର ବି କହିଥିଲା । ଯାହାକୁ ନେଇ ପୋଲିସ ତଦନ୍ତର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ଲୋପାମୁଦ୍ରାଙ୍କ ପରିବାର ।
ଦୁର୍ଘଟଣା ଘଟାଇଥିବା ଗାଡି ବିଶାଲ ଦାସଙ୍କ କମ୍ପାନୀ ନାଁରେ ରହିଛି। ଆଉ ଚର୍ଚ୍ଚା ହେଉଛି ଦୁର୍ଘଟଣା ଦିନ ଗାଡିରେ ଥିଲେ ବିଶାଲ। ବଡ ପ୍ରଶ୍ନ, ସେଦିନର ସିସିଟିଭି କାହିଁକି ଯାଞ୍ଚ କରୁନି ପୋଲିସ ? ପ୍ରଭାବଶାଳୀ ବୋଲି ଚାପରେ କି କମିସନରେଟ୍ ପୋଲିସ ? ସେଦିନର ସିସିଟିଭି ଯାଞ୍ଚ ହେଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି କହିଛି ବିଜେପି। ଏହି ଘଟଣାକୁ ନେଇ କମିସନରେଟ୍ ପୋଲିସ ଅଫିସ ଆଗରେ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ। ମୃତକଙ୍କ ପରିବାରକୁ ୧ କୋଟି ସହାୟତା ସହ ବିଶାଲ ଦାସଙ୍କୁ ଗିରଫ କରିବାକୁ ଦାବି କରିଛି। ସେହିପରି ଦୁର୍ଘଟଣା ଦିନ ଗାଡିରେ କିଏ ଥିଲେ , ଦ୍ରୁତଗତିରେ ଗାଡି କିଏ ଚଳାଉଥିଲା ତାର ଯାଞ୍ଚ ପାଇଁ ଦାବି କରିଛି ବିଜେପି।
ଗୋଟିଏ ବିବାଦ ଥମିନି ଆଉ ଏକ ବିବାଦରେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପରିବାର । ବିଧାୟିକା ଦୀପାଳି ଦାସଙ୍କ ପୃଷ୍ଠପୋଷକତାରେ ତଥା ତାପସ ପାଣିଗ୍ରାହୀଙ୍କ ମାଲିକାନାରେ ଥିବା କଲ୍ୟାଣୀ ଟ୍ରାନ୍ସପୋର୍ଟ କମ୍ପାନୀ ଡ଼୍ରାଇଭରଙ୍କୁ ଅକଥନୀୟ ନିର୍ଯାତନା । ଡ୍ରାଇଭରଙ୍କ ଭୁଲ୍ ଏତିକି ଥିଲା ସେ ଅଧିକ ୨ ଟ୍ରିପ ପାଉଁଶ ବୋହିବାକୁ ମନା କରିଦେଇଥିଲେ। ମାଡ଼ ତ ମାରିଲେ ତା ସହ ଡ଼୍ରାଇଭରଙ୍କ ନାରେ ଡିଜେଲ ଚୋରି ଅଭିଯୋଗ ଆଣିଲେ କଲ୍ୟାଣୀ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜର l
📱 Get Argus News App
✨ଡ୍ରାଇଭର ସଂଘର ଉପଦେଷ୍ଟା ଥିବା ଦୀପାଳି ଦାସଙ୍କ ଇଏ କେମିତି କି ଡ୍ରାଇଭର କଲ୍ୟାଣ ? ରେଞ୍ଜରୋଭର ଦୁର୍ଘଟଣାରେ ନା ସିସିଟିଭି ଯାଞ୍ଚ ହେଉଛି ନା ମାମଲା ଆଗକୁ ବଢୁଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ସବୁ ଦୁର୍ଘଟଣାର ଯାଞ୍ଚ ହେବ। କିନ୍ତୁ ଏଠାରେ ସିସିଟିଭି ଗଲା କୁଆଡେ ? କାହିଁକି ଚୁପ୍ କମିସନରେଟ୍ ପୋଲିସ ?
ଅଧିକ ପଢ଼ନ୍ତୁ ଓଡିଶା ଖବର:
