|
logo
Live

Argus News - କାଠ ମାଫିଆଙ୍କ ଆକ୍ରମଣରେ ମହିଳା ଗୁରୁତର

Odisha

କାଠ ମାଫିଆଙ୍କ ଆକ୍ରମଣରେ ମହିଳା ଗୁରୁତର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
କାଠ ମାଫିଆଙ୍କ ଆକ୍ରମଣରେ ମହିଳା ଗୁରୁତର

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇରେ ମାତିଛନ୍ତି କାଠ ମାଫିଆ ।  ବେଆଇନ ଭାବେ ସରକାରୀ ଜଙ୍ଗଲ ଜମି ଅନାବାଦୀ ଗୋଚରରୁ ଗଛ କାଟି ହେଉଛନ୍ତି ମାଲେମାଲ । ପ୍ରତିବାଦ କରିବାରୁ ଅସହାୟ ମହିଳାଙ୍କୁ କରୁଛନ୍ତି ଆକ୍ରମଣ । ଯାହାକୁ ନେଇ ପଟ୍ଟାମୁଣ୍ଡାଇରେ ତେଜୁଛି ଅସନ୍ତୋଷ । ସୂଚନା ଅନୁଯାଇ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଲିପଡା ଗାଁର ଉର୍ମିଳା ମଲ୍ଲିକ ଗ୍ରାମ ଜଙ୍ଗଲରୁ ପତ୍ର ଓ କାଠ ସଂଗ୍ରହ କରିବା ପାଇଁ ଆସିଥିଲେ ।

ଅଧିକ ପଢନ୍ତୁ : ନବରଙ୍ଗପୁରରେ ଡବଲ ମର୍ଡର ; ପୁଅ ସହ ପଡୋଶୀକୁ ହତ୍ୟା କଲା ଅଭିଯୁକ୍ତ

କାଠ ମାଫିଆ କଳ୍ପତରୁ ମଲ୍ଲିକ ବୁଧବାର ମଧ୍ୟାହ୍ନରେ ଗଛକାଟୁଥିବା ଦେଖି ଉର୍ମିଳା ପ୍ରତିବାଦ କରିବାରୁ କଳ୍ପତରୁ ଉର୍ମିଳାଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଉର୍ମିଳା ଚିତ୍କାର କରିବାରୁ ଗ୍ରାମବାସୀ ଏକଜୁଟ ହୋଇ ଉର୍ମିଳାଙ୍କୁ ଉଦ୍ଧାର କରିବା ସହ କଟା ହୋଇଥିବା ଗଛ ଜବତ କରି ପଟ୍ଟାମୁଣ୍ଡାଇ ଥାନା ଓ ତହସିଲଦାରଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ପଟ୍ଟାମୁଣ୍ଡାଇ ତହସିଲଦାର କଟାଯାଇଥିବା ଗଛ ଜବତ କରିବା ପରେ ମଧ୍ୟ ଗ୍ରାମରେ ଉତେଜନା ଲାଗିରହିଛି । ଅନ୍ୟ ପକ୍ଷରେ ଉର୍ମିଳାଙ୍କୁ ନ୍ୟାୟ ମିଳିବା ସହ କାଠ ମାଫିଆ କଳ୍ପତରୁ ଓ ତାର ସହଯୋଗୀଙ୍କୁ ଗିରଫ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କାଠ ମାଫିଆଙ୍କ ଆକ୍ରମଣରେ ମହିଳା ଗୁରୁତର | Argus News