Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନ୍ୟାୟ ପାଇଁ ଡିସିପିଙ୍କ ଦ୍ବାରସ୍ଥ ହେଲେ ଅଭିଯୋଗକାରିଣୀ

Smruti Parija
Browse all articles by Smruti Parija
·1 year ago
ନ୍ୟାୟ ପାଇଁ ଡିସିପିଙ୍କ ଦ୍ବାରସ୍ଥ ହେଲେ ଅଭିଯୋଗକାରିଣୀ

ଭୁବନେଶ୍ୱର: ପୁଣି ଖାକିରେ ଦାଗ । ନିଜେ ମହିଳା ହୋଇ ଜଣେ ମହିଳାଙ୍କୁ ମାରିଲେ ମାଡ଼ । ମହିଳା ପୋଲିସ SIଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ । ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ ମାଡ଼ ମାରିଲେ ମହିଳା SI । ଥାନା ଭିତରେ ଲାଠିରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ନ୍ୟାୟ ପାଇଁ ଡିସିପିଙ୍କ ଦ୍ବାରସ୍ଥ ହେଲେ ଅଭିଯୋଗକାରିଣୀ । ଅଭିଯୋଗକାରିଣୀ ମହିଳା ଜଣକ ଖଣ୍ଡଗିରି ଅଞ୍ଚଳର ଲକ୍ଷ୍ମୀ ଡାକୁଆ । ଗାଡି ପାର୍କିଂକୁ କେନ୍ଦ୍ରକରି ପଡୋଶୀଙ୍କ ସହ ଝଗଡ଼ା ହୋଇଥିଲା । ଏନେଇ ଖଣ୍ଡଗିରି ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ ଲକ୍ଷ୍ମୀ ଡାକୁଆ । ସମାଧାନ ବଦଳରେ ପୋଲିସ୍ ମାଡ଼ ମାରି ବିଦା କରିଥିବା ଅଭିଯୋଗ ହୋଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
woman was beaten up by the SI-When she went to complain | Argus News