Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟରେ ମହିଳାଙ୍କ ଅତ୍ୟାଚାର ବିରୋଧରେ ମହିଳା କଂଗ୍ରେସର ହଲ୍ଲାବୋଲ୍

Odisha

ରାଜ୍ୟରେ ମହିଳାଙ୍କ ଅତ୍ୟାଚାର ବିରୋଧରେ ମହିଳା କଂଗ୍ରେସର ହଲ୍ଲାବୋଲ୍

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଜ୍ୟରେ ମହିଳାଙ୍କ ଅତ୍ୟାଚାର ବିରୋଧରେ ମହିଳା କଂଗ୍ରେସର ହଲ୍ଲାବୋଲ୍

ଅର୍ଗସ ବ୍ୟୁରୋ: ରାଜ୍ୟରେ ମହିଳାଙ୍କ ଅତ୍ୟାଚାର ବିରୋଧରେ ମହିଳା କଂଗ୍ରେସର ହଲ୍ଲାବୋଲ୍ । ରାଜଧାନୀରେ ବିଶାଳ ମହିଳା ସମାବେଶ କଲା କଂଗ୍ରେସ । ଏଥିରେ AICC ମହିଳା ସଭାନେତ୍ରୀ ଅଳକା ଲାମ୍ବା ସାମିଲ୍ ହୋଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟରେ ମହିଳା ସଂଖ୍ୟା ସମୁଦାୟ ଜନସଂଖ୍ୟାର ଅର୍ଦ୍ଧେକ । କିନ୍ତୁ ସେମାନଙ୍କ ସୁରକ୍ଷା ପ୍ରତି ବିଜେଡି ଶାସିତ ସରକାରଙ୍କ ନିଘା ନାହିଁ।

୨୫ ବର୍ଷରେ ମହିଳାଙ୍କ ଅବସ୍ଥା ଖରାପରୁ ଅଧିକ ଖରାପ ହୋଇଛି । ଓଡ଼ିଶାର ଅନେକ ଝିଅ ନିଖୋଜ ହୋଇଛନ୍ତି । କିନ୍ତୁ ସେମାନଙ୍କୁ ଉଦ୍ଧାର କରିବାରେ ରାଜ୍ୟ ସରକାର ଉଦାସୀନ । ତେବେ ମହିଳା ସମାବେଶ ସହ ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲା ରାଜ୍ୟ କଂଗ୍ରେସ । ଅଧା ରାସ୍ତାରେ କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ୍ । ଯେଉଁଥିରେ ପୋଲିସ୍-କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି କର୍ମୀଙ୍କୁ ପୋଲିସ୍ ଗିରଫ କରି ନେଇଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Women Congress uproar against oppression of women in the state | Argus News