Videos
|
Odisha

ରାତିରେ ପୁରୁଷ ବନ୍ଧୁ ସହ ଓୟୋରେ ଥିଲେ, ସକାଳେ ମିଳିଲା ଯୁବତୀଙ୍କ ମୃତଦେହ

Smruti Parija
Browse all articles by Smruti Parija
·2 years ago·1 min read
ରାତିରେ ପୁରୁଷ ବନ୍ଧୁ ସହ ଓୟୋରେ ଥିଲେ, ସକାଳେ ମିଳିଲା ଯୁବତୀଙ୍କ ମୃତଦେହ

ବ୍ରହ୍ମପୁର:  ଫେସବୁକରୁ ଆରମ୍ଭ ହେଲା ପ୍ରେମ । ପରେ ବିବାହ ପ୍ରସ୍ତାବ ମଧ୍ୟ ପଡିଥିଲା । କିନ୍ତୁ  ଓୟୋ ରୁମରେ ହେଲା ମୃତ୍ୟୁ । ଶୁକ୍ରବାର ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ନିକଟରେ ରହିଥିବା ନିର୍ମଳା ପ୍ଲାଜା ନାମକ ହୋଟେଲର ଓୟୋ ରୁମରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ପୁରୀ ବୀରଭଦ୍ରପୁରର ଜଣେ ଅଙ୍ଗନଓ୍ବାଡ଼ି କର୍ମୀ । 

ଶୁକ୍ରବାର ସନ୍ଧ୍ୟାରେ ରାୟଗଡ଼ା ଅଞ୍ଚଳର ଭୁବନେଶ୍ବରରେ କାମ କରୁଥିବା ପୁରୁଷ ବନ୍ଧୁ ସଙ୍କେତ ସେନାପତିଙ୍କ ସହ ଓୟୋ ରୁମକୁ ଆସିଥିଲେ । ରାତିରେ ଅସୁସ୍ଥ ଅବସ୍ଥାରେ ଯୁବତୀଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନେଇଥିଲେ ପୁରୁଷ ବନ୍ଧୁ । ତେବେ ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । 

ତେବେ ଯୁବତୀଙ୍କ ମୃତ୍ୟୁ ସ୍ବାଭାବିକ ନୁହେଁ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ପୁରୁଷ ବନ୍ଧୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ପୋଲିସ ସଙ୍କେତକୁ ଅଟକ ରଖି ପଚରାଉଚରା ଜାରି ରଖିଛି । 

ଆହୁରି ପଢନ୍ତୁ ଅପରାଧ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: