Videos
|
Odisha

ଘର ଦାଣ୍ଡ ଝାଡୁ କରିବାବେଳେ ଛିଡି ପଡିଲା ବିଦ୍ୟୁତ ତାର, ଆଖିବୁଜିଲେ ମହିଳା

Smruti Parija
Browse all articles by Smruti Parija
·2 years ago·1 min read
ଘର ଦାଣ୍ଡ ଝାଡୁ କରିବାବେଳେ ଛିଡି ପଡିଲା ବିଦ୍ୟୁତ ତାର, ଆଖିବୁଜିଲେ ମହିଳା

ଯାଜପୁର: ଯାଜପୁର ଦଶରଥପୁର ବ୍ଲକ କମାରଡ଼ିହି ପଞ୍ଚାୟତରେ ଅଘଟଣ । ବିଦ୍ୟୁତ ତାର ଛିଡି ପଡିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ଖବର ଅନୁଯାୟୀ ଆଜି କମାରଡ଼ିହି ପଞ୍ଚାୟତ ଇଟାପଡା ଗ୍ରାମର ୬୬ ବର୍ଷୀୟା ଲକ୍ଷ୍ମୀପ୍ରିୟା ବାରିକ ଆଜି ତାଙ୍କ ଘର ଦାଣ୍ଡ ଝାଡୁ କରୁଥିବା ବେଳେ ତାଙ୍କ ଉପରେ ବିଦ୍ୟୁତ ତାର ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ଲକ୍ଷ୍ମୀପ୍ରିୟା ବାରିକଙ୍କ ମୃତ୍ୟୁ ହୋଇଥିଲା । 

ଇଟା ପଡା ଗ୍ରାମରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁ ଥିବା କାରଣରୁ ଗ୍ରାମବାସୀ ଏନେଇ ବିଭାଗୀୟ ଅଧିକାରୀଙ୍କୁ ବିଦ୍ୟୁତ ତାର ବଦଳାଇ କେବୁଲ ଲଗାଇବା ପାଇଁ ବାରମ୍ବାର ଅଭିଯୋଗ କରିଥିଲେ । ହେଲେ ମଧ୍ୟ ବିଭାଗୀୟ ଏସଡିଓ ଏବଂ ବିଭାଗୀୟ ଜେଇ, ଗ୍ରାମବାସୀଙ୍କ ଅଭିଯୋଗକୁ କର୍ଣ୍ଣପାତ କରି ନଥିଲେ । 

ଯେଉଁ କାରଣରୁ ଆଜି ଲକ୍ଷ୍ମୀପ୍ରିୟାଙ୍କ ଜୀବନ ଚାଲିଯାଇଛି ବୋଲି ଅଭିଯୋଗ କରି ଲକ୍ଷ୍ମୀପ୍ରିୟାଙ୍କ ପରିବାରକୁ କ୍ଷତି ପୂରଣ ଦେବା ସହ ଶୀଘ୍ର କେବୁଲ ଲାଇନ ସଂଯୋଗ କରିବାକୁ ଗ୍ରାମବାସୀ ଦାବି କରି ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

women-died-in-electric-shock-in-jajpur | Argus News