Videos
|
Odisha

ଜଗା ଦର୍ଶନ ସାରି ଫେରିବାବେଳେ ବାଇଶି ପାହାଚରେ ଉଡିଗଲା ପ୍ରାଣ ବାୟୁ

Smruti Parija
Browse all articles by Smruti Parija
·10 months ago·1 min read
ଜଗା ଦର୍ଶନ ସାରି ଫେରିବାବେଳେ ବାଇଶି ପାହାଚରେ ଉଡିଗଲା ପ୍ରାଣ ବାୟୁ

Key Points

ଏମିତି ବି ଆସେ ମୃତ୍ୟୁ

ଜଗା ଦର୍ଶନ ହେଲା ଶେଷ ଦର୍ଶନ

ବାଇଶି ପାହାଚରେ ଉଡିଗଲା ପ୍ରାଣ ବାୟୁ

ପିତୃପକ୍ଷକୁ ପିଣ୍ଡ ଦେବା ପାଇଁ ଆସିଥିବାବେଳେ ବାଇଶି ପାହାଚରେ ଉଡିଗଲା ପ୍ରାଣ ବାୟୁ । ଏଭଳି ଏକ ଘଟଣା ଏବେ ଚହଳ ସୃଷ୍ଟି କରିଛି । ଖଣ୍ଡପଡାର 65 ବର୍ଷୀୟ ମଞ୍ଜୁଲତା ସାହୁ ସାଙ୍ଗରେ ନିଜ ଆତ୍ମୀୟଙ୍କ ସହ ପୁରୀ ଆସିଥିଲେ ପିଣ୍ଡ ଦେବା ପାଇଁ । ପିଣ୍ଡ ଦାନ କରି ମହାପ୍ରଭୁଙ୍କ ଦର୍ଶନ ମଧ୍ୟ କରିଥିଲେ । ହେଲେ ଦର୍ଶନ ସାରି ଫେରିବା ସମୟରେ ବାଇଶି ପାହାଚରେ ପଡିଯାଇଥିଲେ ।

ତୁରନ୍ତୁ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସହାୟତାରେ ଆମ୍ୱୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।


ଆହୁରି ପଢନ୍ତୁ ଆଶ୍ଚର୍ଯ୍ୟ;ଜୁଇରେ ଜଳିବା ପୂର୍ବରୁ ଜିଇଁ ଉଠିଲେ ବୃଦ୍ଧା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କୁହନ୍ତି ଜଗା ଦର୍ଶନ କରି ମୃତ୍ୟୁକୁ ପ୍ରାପ୍ତି କରିବା ଅର୍ଥାତ୍ ସ୍ୱର୍ଗ ପ୍ରାପ୍ତି । ଏହାକୁ ଆପଣ ସୌଭାଗ୍ୟ କହିବେ କି ଦୁର୍ଭାଗ୍ୟ ଆମେ ଜାଣିନାହୁଁ । କିନ୍ତୁ ତାଙ୍କ ପରିବାର ଲୋକଙ୍କ ପାଇଁ ଏହା ନିଶ୍ଚିତ ଦୁର୍ଭାଗ୍ୟ । ସାଙ୍ଗରେ ପିଣ୍ଡ ଦେବା ପାଇଁ ଆସିଥିବାବେଳେ ଜଗା ଦର୍ଶନ ଶେଷ ଦର୍ଶନ ହୋଇଛି । ମୁଣ୍ଡ ବାଡେଇ କାନ୍ଦୁଛନ୍ତି ପରିବାର ଲୋକେ ।


women-dies-after-jaga-darshan-at-baisipahacha-argus-news | Argus News