Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା    

Odisha

ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା    

Manini Pattanayak
Browse all articles by Manini Pattanayak
·1 year ago·2 min read
ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା    

ସୁବର୍ଣ୍ଣପୁର:  ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା । ଏନେଇ ସମସ୍ତ ଚାରି ଗ୍ରାମର ମହିଳା ଏକତ୍ରିତ ହୋଇ ଏକ ବୈଠକ କରିଛନ୍ତି । ଅଞ୍ଚଳରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯଦି କେହି ଅମାନ୍ୟ ହୋଇ ମଦ ବିକ୍ରି କରି ସ୍ଥିତି ଭୟା ଭୟ ହେବ ବୋଲି ସଂପୃକ୍ତ ମହିଳାମାନେ ବୈଠକ ରେ ନିଷ୍ପତ୍ତି ନେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡ଼ଗାଡ, କୁହିଦାଦର ଏବଂ ଦୂର୍ଜନତୈଲା ପଞ୍ଚାୟତର ଦାଦରପାଲି ଓ ମାଳିଦାଦର ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି । ଉପାନ୍ତ ଅଞ୍ଚଳ ଗୌଡ଼ଗାଡ ସମେତ ମାଳିଦାଦର, ଦାଦରପାଲି, କୁହିଦାଦରରେ ମହୁଲି ମଦ ପ୍ରସ୍ତୁତି ହେବା ସହିତ ମିଶ୍ରିତ ଦେଶୀ ବିଦେଶୀ ମଦ ବ୍ୟାପକ ପରିମାଣରେ ବିକ୍ରୀ ହେଉଛି । ମଦ୍ୟପମାନେ ଅନେକ ସମୟରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ରାସ୍ତା ଓ ଛକମାନଙ୍କରେ  ଆଡ୍ଡା ଜମାଉଛନ୍ତି ।

ଫଳରେ ମହିଳା ଓ ଛାତ୍ରୀମାନେ ରାସ୍ତାରେ ଏକାକୀ ଯିବା ଆସିବା କରିପାରୁ ନ ଥିବା ଅଭିଯୋଗ ହୋଇଛି । ତେବେ ଗୌଡ଼ଗାଡ ଗ୍ରାମର ମହିଳା ମାନେ ପ୍ରଥମେ ଗ୍ରାମରେ ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଏହା ସହିତ ଯିଏ ମଦ ପିଇ ଗାଳି ଗୁଲଜ କରିବ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହା ଦେଖି ପୋଡସି ଗ୍ରାମର ମହିଳା ମାନେ ତାଙ୍କର ସହଯୋଗ ନେବା ସହିତ ଗୌଡ଼ଗାଡ ଗ୍ରାମରେ ଦାଦରପାଲି, ମାଳିଦାଦର, କୁହିଦାଦର ଓ ଗୌଡ଼ଗାଡ ଗ୍ରାମର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର  ଶତାଧିକ ମହିଳା ଏକତ୍ରିତ ହୋଇ ଏକ ବୈଠକ କରିଥିଲେ । ସମସ୍ତେ ନିଜ ନିଜ ଗ୍ରାମରେ ମଦ ବିକ୍ରି ବନ୍ଦ କରିବାକୁ ଶପଥ ନେବା ସହିତ ସମସ୍ତେ ମାଳିଦାଦରରେ ବିକ୍ରି ହେଉଥିବା ଏକ ଢ଼ାବାକୁ ଯାଇ ମଦ ବିକ୍ରି ବନ୍ଦ କରିବାକୁ କହିଥିଲେ ।
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Women of 4 villages came together to stop the sale of liquor | Argus News