Videos
|
Odisha

ପିଇବା ପାଣି ପାଇଁ ତାତିଲେ ମହିଳା

Ritu Das
Browse all articles by Ritu Das
·2 years ago·1 min read
ପିଇବା ପାଣି ପାଇଁ ତାତିଲେ ମହିଳା

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମକୁ ପାନୀୟଜଳ ଯୋଗାଣ ବନ୍ଦ ହୋଇଥିବାରୁ ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି। ଗାଁକୁ ତୁରନ୍ତ ପାନୀୟ ଜଳ ଯୋଗାଣ ଦାବି କରି ମହିଳାମାନେ ରାସ୍ତା ଉପରେ ଗରା, ବାଲଟି ରଖି ପାଟଣା ଚମ୍ପୁଆ ରାସ୍ତାକୁ ମୁରୁସୁଆଁ ପଞ୍ଚାୟତ ନିକଟରେ ଅବରୋଧ କରିଛନ୍ତି। 

ଅଭିଯୋଗ ଅନୁଯାୟୀ ବସୁଧା ଯୋଜନାରେ ଗାଁକୁ ଜଳ ଯୋଗାଣ ହେଉଥିବା ବେଳେ ଦୀର୍ଘ ଦିନହେବ ମଟର ଖରାପ ଯୋଗୁ ଗ୍ରାମରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଗ୍ରାମରେ ଥିବା ନଳକୂପରୁ ଆବଶ୍ୟକ ଅନୁସାରେ ପାଣି ବାହାରୁ ନ ଥିବାରୁ ଗ୍ରାମରେ ବସବାସ କରୁଥିବା ୭ଶହରୁ ଊର୍ଦ୍ଧ୍ୱ ଲୋକେ ପାଣିପାଇଁ ଡହଳବିକଳ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ କତ୍ତୃପକ୍ଷଙ୍କୁ ଗ୍ରାମବାସୀ ଜଣାଇଥିଲେ ମଧ୍ୟ ସମସ୍ୟା ସମାଧାନ ନ ହେବାରୁ ତୁରନ୍ତ ପାନୀୟ ଜଳ ଯୋଗାଣ ଦାବିରେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଉକ୍ତ ରାସ୍ତାରେ ଗାଡିମୋଟର ଚଳାଚଳ ବ୍ୟାହତ ହୋଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
women protesting | Argus News