ପାଣି ସମସ୍ୟା ନେଇ ବାଉଁସୁଣୀ ପଞ୍ଚାୟତ ସରପଞ୍ଚଙ୍କୁ ଘେରିଲେ ମହିଳା
·2 years ago·1 min read

ଅର୍ଗସ ବ୍ୟୁରୋ: ପିଇବା ପାଣି ସମସ୍ୟା ନେଇ ବାଉଁସୁଣୀ ପଞ୍ଚାୟତ ସରପଞ୍ଚଙ୍କୁ ଘେରିଲେ ମହିଳା। ବୌଦ୍ଧ ବ୍ଲକ୍ ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ଥାନାପଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଦୀର୍ଘ ଦୁଇ ବର୍ଷ ରୁ ଅଧିକ ହେବ ଲାଗି ରହିଛି। ଗ୍ରାମରେ ଶହେ ପରିବାର ଥିବା ବେଳେ ଦୁଇଟି ନଳକୂପ ରହିଛି ତାହା କେତେବେଳେ ଆସିଲେ କେତେବେଳେ ପାଣି ଆସୁନାହିଁ ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମହିଳା।
ଗ୍ରୀଷ୍ମ ଋତୁ ସମୟରେ ପାନୀୟ ଜଳ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ବାରମ୍ବାର ଦାବି ପରେ କୌଣସି ସୁଫଳ ନମିଳିବାରୁ ଆଜି ବାଉଁଶୁଣି ସରପଞ୍ଚ ମହିଳାମାନେ ଘେରିବା ସହ ମେଗା ପ୍ରୋଜେକ୍ଟ ଶୀଘ୍ର ଚଳେଇବା ସହ ପାଣି ଯୋଗାଇଦେବାକୁ ଦାବି କରିଥିଲେ। ଯଦି ପାଣି ଯୋଗାଇ ଦିଆ ନ ଯାଏ ଆଗାମୀ ଦିନରେ ପଞ୍ଚାୟତରେ ତାଲା ପକାଇବା ସହିତ ରାଜରାସ୍ତାକୁ ଓହ୍ଲାଇବା ସହ ଭୋଟ୍ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

