Videos
|
Odisha

ଜଙ୍ଗଲ ଓ ବନ୍ୟଜନ୍ତୁ ରକ୍ଷା ନିମନ୍ତେ ବଢୁଛି ମହିଳାଙ୍କ ପ୍ରୟାସ

Ritu Das
Browse all articles by Ritu Das
·2 years ago·1 min read
ଜଙ୍ଗଲ ଓ ବନ୍ୟଜନ୍ତୁ ରକ୍ଷା ନିମନ୍ତେ ବଢୁଛି ମହିଳାଙ୍କ ପ୍ରୟାସ

ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲାରେ ପାରଦ ୪୩ ଡିଗ୍ରୀ ତାପମାତ୍ରା କମିବାର ନାଆଁ ନେଉ ନଥିବା ବେଳେ ଜରପଡା ବନାଞ୍ଚଳ ଜେରେଙ୍ଗ ଦେହୁରୀସାହି ଅଞ୍ଚଳରେ ମହିଳା ମାନଙ୍କର ଜଙ୍ଗଲ ଗଛଲତା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ଥିବା ଭଲ ପାଇବା ଦେଖିବାକୁ ମିଳିଛି l ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଦିନ ଆସିଲେ ଜଙ୍ଗଲ ଓ ପାହାଡିଆ ଅଞ୍ଚଳରେ ଠେକି, ମାଠିଆ ସାହାଯ୍ୟରେ ବିଭିନ୍ନ ସ୍ଥାନରେ ପାଣି ଦେବା ସହ ଖାଦ୍ୟ ମଧ୍ୟ ଦେଇଥାନ୍ତି। 

ଆଖପାଖ ଗ୍ରାମର ମହିଳା ମାନଙ୍କୁ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ  କିନ୍ନର ଚିନ୍ମୟୀ ଦାସ ୯ ବର୍ଷ ହେବ ଲୋକମାନଙ୍କୁ ସଚେତନ କରିବା ସହ ଜଙ୍ଗଲ ଓ ପାହାଡରେ ପାଣି ଦେବା ପାଇଁ ସକ୍ରିୟ ଅଶଂଗ୍ରହଣ କରନ୍ତି। ଏହା ଫଳରେ ସ୍ଥାନୀୟ ବନବିଭାଗ ଏଭଲକି କାର୍ଯ୍ୟକୁ ପ୍ରଶଂସା କରିବା ସହ ନିଜେ ମଧ୍ୟ ବନ କର୍ମଚାରୀ ମାନେ ସାମିଲ ହୁଅନ୍ତି। ବିଶେଷ ଭାବରେ ବୁଢାବୁଢି ପାହାଡ଼ ଚକ୍ରଶିଳା ପାହାଡ଼ ଏବଂ ଜରପଡା ବନଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ଲୋକଙ୍କୁ ନେଇ ପ୍ରତ୍ୟେକ ବର୍ଷ ଜୀବଜନ୍ତୁଙ୍କୁ ପାଣି ଓ ଖାଦ୍ୟ ଯୋଗେଇଥାନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Women's efforts to | Argus News