ଅଭିନବ ଉପାୟରେ କାଠ ତସ୍କରି
·2 years ago·1 min read

କେନ୍ଦୁଝର: ଅଭିନବ ଉପାୟରେ କାଠ ତସ୍କରି। ଓମଫେଡ୍ ଭ୍ୟାନ୍ କୁ ବ୍ୟବହାର କରାଯାଇ ସେଥିରେ ଚୋରାକାଠ ଚାଲାଣ ହେଉଥିବା ସମୟରେ ମାଡିବସିଛି ବନ ବିଭାଗ। ୨୦ନଂ ଜାତୀୟ ରାଜପଥ ଆନନ୍ଦପୁର ଉପଖଣ୍ଡ ଗୋହିରା ନିକଟରେ ବନବିଭାଗ ଟିମ୍ ର ପେଟ୍ରୋଲିଂ ସମୟରେ ସନ୍ଦେହରେ ଓମଫେଡ୍ ଭ୍ୟାନ୍ ଟିକୁ ଅଟକ ରଖାଇଥିଲା। ଗାଡି ଖୋଲିବାପରେ ଗାଡିଭିତରେ ଥିବା ମୁଲ୍ୟବାନ କାଠ ଦେଖି ବନବିଭାଗର ହୋସ୍ ଉଡିଯାଇଥିଲା।
ତୁରନ୍ତ ଗାଡିଟିକୁ ଜବତ କରିବାସହ ଗାଡି ମାଲିକ ଆନନ୍ଦପୁର ଥାନା ଫକୀରପୁର ଗାଁ ର ବାଇଧର ଦାସ ଓ ଡ୍ରାଇଭର ଅକରୁଆ ଗାଁ ର ଅମରବିଜୟ ଜେନା କୁ ଗିରଫ କରିଛି ବନବିଭାଗ। ତେବେ ଓମଫେଡ ର ଲୋଗ ଥିବା ଏହି ଭ୍ୟାନ୍ ଟି ପ୍ରକୃତ ଓମଫେଡ୍ ରେ କାମରେ ଲାଗିଛି ନା ଅବିକଳ ଓମଫେଡ୍ ଭ୍ୟାନ୍ ପରି ଗାଡିଟିକୁ ଚିତ୍ରଣକରି ଚୋରାକାଠ ଚାଲାଣରେ ବ୍ୟବହାର କରାଯାଉଛି, ସେ ସମ୍ପର୍କରେ ଖୋଳତାଡ ଆରମ୍ଭ କରିଛି ଆନନ୍ଦପୁର ବନବିଭାଗ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: