Videos
|
Odisha

ଭରାନଈରେ କାଠ ପୋଲ ଭରସା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭରାନଈରେ କାଠ ପୋଲ ଭରସା

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ବାଟ ଭୁଲିଛି ବିକାଶ। ନାହିଁ ପକ୍କା ରାସ୍ତା, କାଠ ପୋଲ ପାଲଟିଛି ସାହା ଭରସା। ଗୁହାରି ପରେ ବି ପ୍ରଶାସନ ପାଖରେ ଗ୍ରାମବାସୀଙ୍କ ସ୍ବର ପହଂଚିପାରୁନି। ଚିତ୍ର ହିଁ ବୟାନ କରୁଛି ଗାଁର ବିକାଶର ଚିତ୍ର। ଗାଁକୁ ନାହିଁ ଖଣ୍ଡିଏ ନିତିଦିନିଆ ରାସ୍ତା । ପୋଲଟିଏ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ବି ନିରବଦ୍ରଷ୍ଟା ସାଜିଲା ପ୍ରଶାସନ । ତେବେ ଏତିକିରେ ହାର ମାନିନଥିଲେ ଗ୍ରାମବାସୀ । ପାଦଚଲା ରାସ୍ତାରେ ପଡୁଥିବା ନଦୀ ଉପରେ  ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଛନ୍ତି ଗ୍ରାମବାସୀ । ବିକାଶର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ସୀର୍ଲା ପଞ୍ଚାୟତର କାଡ଼ିମାହା ଗାଁରେ।

କାଡ଼ିମାହା ଗାଁ ପାଇଁ ଚିନ୍ତାର କାରଣ ସାଜିଛି ଚିରସ୍ରୋତା ରାହୁଲ ନଦୀ । ରାହୁଲ ନଦୀ ଉପରେ ବର୍ଷ ତମାମ ପାଣି ଯାଏ। ବର୍ଷା ଦିନେ ଏ ନଦୀ ଉପରେ 10 ଫୁଟ ରୁ ଉର୍ଦ୍ଧ୍ବ  ଉଚ୍ଚ ରେ ପାଣି ଯାଏ। ମାତ୍ର ନଦୀ ଉପରେ ବ୍ରିଜ ନଥିବାରୁ ଏହି ନଦୀ ମଧ୍ୟ  ଦେଇ ଯିବା କରୁଥିଲେ ଅଞ୍ଚଳବାସୀ। ବାରମ୍ବାର ପୋଲ ପାଇଁ ଦାବି କରିବି ପୋଲଟିଏ କରି ପାରଲେନି ୨୫ ବର୍ଷର ପୂର୍ବ ସରକାର। ଶେଷରେ ସ୍ଥାନୀୟ ଜନସାଧାରଣ ବାଧ୍ୟ ହୋଇ ଜଙ୍ଗଲରୁ କାଠ ସଂଗ୍ରହ କରି କାଠ ପୋଲ ନିର୍ମାଣ କରିଛନ୍ତି।

ଖାଲି ପୋଲ ସମସ୍ୟା କାହିଁକି ରାସ୍ତା ସମସ୍ୟା ମଧ୍ୟ ଅଞ୍ଚଳବାସୀଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ଗାଁକୁ ଯିବାକୁ ପକ୍କ ରାସ୍ତା ଟିଏ ନାହିଁ ମାଟି ରାସ୍ତା ଅବସ୍ଥା ମଧ୍ୟ ପୁରା ଖରାପ । ଏହି ରାସ୍ତରେ ଚାଲିକି ଯିବାବି ମୁସ୍କିଲ ହୋଇ ପଡୁଛି। କାଡ଼ିମାହା ଗାଁ ରୁ ତିନି କିଲୋ ମିଟର ଦୂର ଲିଙ୍ଗେରମାହା ନଚେତ ପୀଡ଼ାମାହା ରେ ଗାଡ଼ି ରୁହେ। ଏହା ପରେ ତିନି କିଲୋ ମିଟର ଦୂର ବିପଦ ସଙ୍କୁଳ ଖାଲ ଢିପ କାଦୁଅ ରାସ୍ତାକୁ ଅତିକ୍ରମ କରିବାକୁ ପଡ଼େ।

କାଡ଼ିମାହା ଗାଁ ରେ 40 ଆଦିବାସୀ ପରିବାର ବସବାସ କରନ୍ତି । ପ୍ରତ୍ୟେକ ପରିବାର ଜଙ୍ଗଲ ଚାଷ ଉପରେ ନିର୍ଭର କରନ୍ତି। ମାତ୍ର ଗାଁରେ ଆଜି ପର୍ଯ୍ୟନ୍ତ ସମସ୍ତ ମୋଳିକ ସୁବିଧା ଅପହଞ୍ଚ। ଗାଁରେ ନା ଅଛି ରାସ୍ତା ନା ପହଞ୍ଚିଛି ବସୁଧା। ଏମିତିକି ଗାଁରେ ଆଜି ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ଟିଏ ନାହିଁ। ଫଳରେ ନଦୀ ପାର ହୋଇ ଲୀଙ୍ଗେର ମାହା ଓ ପୀଡ଼ା ମାହା ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରନ୍ତି। ଗାଁକୁ ନିତିଦିନିଆ ରାସ୍ତା ନିର୍ମାଣ ପାଇଁ ସରକାର ଅନେକ ଯୋଜନା ମାଧ୍ୟମରେ ଅଜସ୍ର ଅର୍ଥ ବ୍ୟୟ କରି ଚାଲିଛନ୍ତି । ହେଲେ ଦୁର୍ଗମ ଅଞ୍ଚଳର ଅନେକ ଅଞ୍ଚଳକୁ ଆଜିବି ରାସ୍ତା ପୋଲ ପରି ଯୋଜନା ଅପହଞ୍ଚ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Wooden pole hope in river | Argus News