Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉତ୍ତରକାଶୀ ଟନେଲରେ ଫସି ରହିଛନ୍ତି ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ଲାଗିବ ଆରଏସପି ନିର୍ମିତ ଲୌହ ପାଇପ୍‌

Banajyotshna Ray
Browse all articles by Banajyotshna Ray
·2 years ago
ଉତ୍ତରକାଶୀ ଟନେଲରେ ଫସି ରହିଛନ୍ତି ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ଲାଗିବ ଆରଏସପି ନିର୍ମିତ ଲୌହ ପାଇପ୍‌

ଅର୍ଗସ ବ୍ୟୁରୋ:  ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିବ ରାଉରକେଲା ଇସ୍ପାତ କାରଖାନାରେ ତିଆରି ପାଇପ୍। ଆରଏସପି ନିର୍ମିତ ସ୍ୱତନ୍ତ୍ର ଗ୍ରେଡର ଲୌହ ପାଇପ ଉଦ୍ଧାର କାର୍ଯ୍ୟରେ ଲାଗିବ । ଜରୁରୀକାଳୀନ ପରିବହନ କାର୍ଯ୍ୟରେ ସାମିଲ ହୋଇଛି ଭାରତୀୟ ବାୟୁସେନା । ଆବଶ୍ୟକ ପାଇପ ନେଇ ରାଉରକେଲା ବିମାନ ବନ୍ଦରରୁ ପର୍ଯ୍ୟାୟକ୍ରମେ ଉଡୁଛି ବାୟୁସେନାର `ସୁପର ହର୍କ୍ୟୁଲସ ବିମାନ' ।

ଆଜି  ରାଉରକେଲା ବିମାନ ବନ୍ଦରରେ ଭାରତୀୟ ବାୟୁସେନାର ସୁପର ହର୍କ୍ୟୁଲସ୍ ଉଡ଼ାଜାହାଜ ଅବତରଣ କରିଥିଲା  | ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ତିଆରି ହେଉଥିବା ଉନ୍ନତମାନର ପାଇପ ପାଇଁ ଏହି ବିମାନ ନେଇଯାଇଛି । ଉତ୍ତରକାଶୀ  ଟନେଲରେ ଫସିଥିବା 41 ଜଣର ଉଦ୍ଧାର କାର୍ଯ୍ୟରେ ଏହି ପାଇପ ବ୍ୟବହାର ହେବ ବୋଲି ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Workers trapped in Uttarkashi tunnel, RSP-made iron pipe will be used for rescue operation | Argus News