ଦିର୍ଘସ୍ଥାୟୀ ଗ୍ରାମ୍ୟ ବିକାଶ ପାଇଁ ପରିବେଶ ଅନୂକୁଳ କୃଷି ଯୋଜନା କର୍ମଶାଳା

ଭୁବନେଶ୍ୱର: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଓସ୍ୱା” ଆନୂକୁଲ୍ୟରେ ଭୁବନେଶ୍ୱର ସ୍ଥିତ ହୋଟେଲ ନିୟୂ ମାରିୟନ ସମ୍ମେଳନକକ୍ଷରେ ପରିବେଶ ଅନୂକୁଳ କୃଷି ଯୋଜନା ଅନୁଷ୍ଠିତ ହୋଇଛି । ଯେଉଁଥିରେ ଗ୍ରାମ୍ୟ ଭିତ୍ତିଭୂମିର ବିକାଶ ସହିତ ଏକ ବଳିଷ୍ଠ ଦୀର୍ଘସ୍ଥାୟୀ କୃଷି ଭିତ୍ତିକ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ଏହି କର୍ମଶାଳାରେ ଦେଶ ବିଦେଶର ବହୁ କୃଷି ଗବେଷକ, ସମାଜ ବିଜ୍ଞାନୀ, ଅର୍ଥନିତିଜ୍ଞ ଓ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା ବୁଦ୍ଧିଜୀବିମାନେ ଯୋଗଦେଇଥିଲେ । ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ଜଳବାୟୂ ପରିବର୍ତ୍ତନ ଯୋଗୁଁ ପରିବେଶ ଅସନ୍ତୁଳନର ପ୍ରଭାବ ସିଧାଶଳଖ କୃଷି ଉତ୍ପାଦନ ଉପରେ ପଡୁଛି। ଏହାକୁ ପ୍ରଶମିତ କରିବା ନିମିତ୍ତ ଗ୍ରାମ ସ୍ତରରେ ପରିବେଶ ଅନୂକୁଳ ଦୀର୍ଘସ୍ଥାୟୀ କୃଷି କାର୍ଯ୍ୟକ୍ରମକୁ ତ୍ୱରାନ୍ୱୀତ କରାଯିବା ଉଚିତ ବୋଲି କର୍ମଶାଳାରେ ମତପ୍ରକାଶ ପାଇଥିଲା ।
ଆଜିର କର୍ମଶାଳାର ଉଦ୍ଘାଟନି କାର୍ଯ୍ୟକ୍ରମରେ ଡ଼. ଆମ୍ବିକା ନନ୍ଦ, ଟାଟା ଷ୍ଟିଲ୍ (ସି ଏସ୍ ଆର୍)ର ମୁଖ୍ୟ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ମାନବ ସମାଜର ଦୈନଦିନ ଚଳଣୀ ଉପରେ ପ୍ରଭାବ ପକାଉଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭବେ ୟୁ ଏନ୍ ଡି ପି ର ଓଡ଼ିଶା ମୁଖ୍ୟ ଶ୍ରୀମତୀ ଆଭା ମିଶ୍ର ଓ ୟୁନିସେଫ୍ ର ପ୍ରତିନିଧ୍ ଶ୍ରୀମତୀ ସିପ୍ରା ସାକ୍ସେନା ଯୋଗଦେଇଥିଲେ। ଓସ୍ୱାର କାର୍ଯ୍ୟନିର୍ବାହି ନିର୍ଦ୍ଦେଶକ ଦିଲ୍ଲୀପ୍ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଦେଇଥିଲେ। ସାଫେର୍ ଓଡ଼ିଶାର ପ୍ରକଳ୍ପ ନିର୍ଦ୍ଦେଶକ ଏଡ଼ୁଆର୍ଡୋ କାର୍ଡୋସା(ପର୍ତ୍ତୁଗାଲ୍) କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର