Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

Odisha

ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ଅର୍ଗସ ବ୍ୟୁରୋ: ବରଗଡ଼ରେ ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ବରଗଡ଼ ପାଲଟିଗଲା ମଥୁରା ନଗରୀ ଓ ଅମ୍ବାପାଳି ହେଲା ଗୋପପୁର । ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି । ସୋମବାର ଅପରାହ୍ନ ୩ଟାରେ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ପହଞ୍ଚିଥିଲା । ସେଠାରେ ପାରମ୍ପରିକ ପୂଜାର୍ଚନା ପରେ ମନ୍ଦିରରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ନଗର ପରିକ୍ରମା କରି ମଥୁରା ରାଜ ଦରବାରରେ ପହଞ୍ଚିଥିଲା । ପରେ ବରଗଡ଼ ସାସଂଦ ସୁରେଶ ପୂଜାରୀ  ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାର ଶୁଭ ଉଦଘାଟନ କରିଥିଲେ । ୭୬ ତମ ଧନୁଯାତ୍ରା ମହୋତ୍ସବର ପ୍ରଥମ ଦିନ ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଛନ୍ତି ପ୍ରବଳ ପ୍ରତାପୀ ମହାରଜା କଂସ ।

ଦୈବବାଣୀ ଶୁଣି  କ୍ରୋଧିତ ହେବା ସହ ଦେବକୀ ଓ ବାସୁଦେବଙ୍କୁ କାରାଗାରରେ ବନ୍ଦୀ କରିଛନ୍ତି । କଂସଙ୍କ ରାଜଭିଷେକ ପରେ ମନ୍ତ୍ରୀ ପରିଷଦ ଉଲ୍ଲସୀତ ହୋଇପଡ଼ିଥିବା ବେଳେ ମନୋରଞ୍ଜନ ପାଇଁ ଆୟୋଜନ କରାଯାଇଥିଲା ନୃତ୍ୟଗୀତ କାର୍ଯ୍ୟକ୍ରମ । ତେବେ ଆଜି ଦ୍ବିତୀୟ ଦିନରେ ମହାରାଜ କଂସ ନିଜ ମନ୍ତ୍ରିଗଣଙ୍କ ସହ ନଗର ଭ୍ରମଣ କରିବେ, ମଥୁରାବାସୀଙ୍କ ମନୋରଂଜନ ସକାଶେ ରଙ୍ଗ ମହଲର ଉଦ୍‌ଘାଟନ କରିବେ । ଅନ୍ୟପଟେ କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ ବାସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା ,ଉଗ୍ରସେନ ସହ ଭେଟ ଏବଂ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନିତ ହେବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
world famous dhanu yatra started | Argus News