Videos
|
Odisha

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁ ଯାତ୍ରା ପାଇଁ ଶୁଭସ୍ତମ୍ଭ ହେଲା ସ୍ଥାପନ

Swayangprajna Mishra
Browse all articles by Swayangprajna Mishra
·1 year ago
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁ ଯାତ୍ରା ପାଇଁ ଶୁଭସ୍ତମ୍ଭ ହେଲା ସ୍ଥାପନ

ବରଗଡ : ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁ ଯାତ୍ରା ପାଇଁ ଶୁଭସ୍ତମ୍ଭ ହେଲା ସ୍ଥାପନ। ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟାଳଙ୍କ ଦ୍ୱାରା ହାଟପଦା ସଞ୍ଚାର ପଡ଼ିଆରେ ଶୁଭଖୁଣ୍ଟି ସ୍ଥାପିତ ହୋଇଛି। ଏହା ପୂର୍ବରୁ  ଶୁଭସ୍ତମ୍ଭ ସ୍ଥାପନ ଲାଗି  ମା’ ସମଲେଶ୍ୱରୀଙ୍କ ପୀଠରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା।

ଶୋଭାଯାତ୍ରା ହାଟପଦା ସ୍ଥିତ ସଂଚାର ପଡ଼ିଆରେ ପହଞ୍ଚିବା ପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଆସନ୍ତା ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୧୩ ତାରିଖ ଯାଏଁ ଦୀର୍ଘ ୧୧ ଦିନ ଧରି ଚାଲିବ ବରଗଡ଼ ଧନୁଯାତ୍ରା । ଚଳିତବର୍ଷ କଂସ ଚରିତ୍ରରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
world famous dhanujatra will be begin soon | Argus News