Tobacco Day / ଆଜି ବିଶ୍ବ ତମାଖୁ ବର୍ଜନ ଦିବସ, ରାଜ୍ୟରେ ତମାଖୁ ନେଲାଣି 3 ହଜାରରୁ ଅଧିକ ମୁଣ୍ଡ,ମୁଖ କ୍ୟାନ୍ସର ସାଜିଛି ମୁଣ୍ଡ ବିନ୍ଧାର କାରଣ
·3 months ago·2 min read

Key Points
ତମାଖୁ ନେଲାଣି 3 ହଜାର ଜୀବନ
ରାଜ୍ୟରେ ତମାଖୁ ନେଲାଣି 3 ହଜାରରୁ ଅଧିକ ମୁଣ୍ଡ
ମୁଖ କ୍ୟାନ୍ସର ସାଜିଛି ମୁଣ୍ଡ ବିନ୍ଧାର କାରଣ

ଭୁବନେଶ୍ବର, ୩୧/୫: ଆଜି ହେଉଛି ବିଶ୍ବ ତମାଖୁ ବର୍ଜନ ଦିବସ । ରାଜ୍ୟରେ ତମାଖୁ ନେଲାଣି 3 ହଜାରରୁ ଅଧିକ ମୁଣ୍ଡ । ମୁଖ କ୍ୟାନ୍ସର ସାଜିଛି ମୁଣ୍ଡ ବିନ୍ଧାର କାରଣ । ଗତ 10 ବର୍ଷର ତଥ୍ୟ ଆଖି ତରାଟି ଦେଲା ଭଳି । ମୁଖ କ୍ୟାନ୍ସରରେ ଯାଇଛି 3 ହଜାର 157 ଜୀବନ । ଧୂମହୀନ ତମାଖୁକୁ ବନ୍ଦ କରିବା ପାଇଁ ନିକଟରେ ଜାନୁଆରୀ 21 ତାରିଖରେ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଜୋରଦାର ଚଢ଼ାଉ ମଧ୍ୟ ଜାରି ରହିଛି । ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ତଥ୍ୟ ଦେଇଥିଲେ।
ଚଳିତବର୍ଷ ରାଜ୍ୟର ୬ଶହ ଗ୍ରାମକୁ ତମାଖୁମୁକ୍ତ କରିବା ଲାଗି ଓଡ଼ିଶା ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଏହାସହ କୋଟ୍ପ(ସିଗାରେଟ୍ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନ)ରେ ଥିବା ଜରିମାନା ଅର୍ଥକୁ ରାଜ୍ୟ ସରକାର ବଢ଼ାଇବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ |
ଏହାଭିତରେ ଏକାଧିକ ବୈଠକ ମଧ୍ୟ ହୋଇଛି। ହେଲେ ଏହାକୁ କିଭଳି ଢଙ୍ଗରେ କାର୍ଯ୍ୟକାରୀ କରାଯିବ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ନେଇ କୌଣସି ନିଷ୍ପତ୍ତ ହୋଇନାହିଁ। ସ୍ଵାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ତମାଖୁମୁକ୍ତ ଗ୍ରାମ ପାଇଁ କେନ୍ଦ୍ର ସରକାର କେତେକ ମାନଦଣ୍ଡ ରଖିଛନ୍ତି। ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ଧାର୍ଯ୍ୟ ମାନଦଣ୍ଡ ଅନୁଯାୟୀ କାର୍ଯ୍ୟ ଆରମ୍ଭ ହେବ | ପୂର୍ବବର୍ଷରୁ ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭହୋଇସାରିଛି। ଏହାସହ ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ ବିରୋଧରେ ପ୍ରବର୍ତ୍ତନ ବା ଏନ୍ଫୋର୍ସମେଣ୍ଟ ଜାରି ରହିଛି। ବର୍ଷକୁ ୧୨-୧୫ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଉଛି | ସର୍ବସାଧାରଣ ସ୍ଥାନରେ ତମାଖୁ ସେବନରେ ଥିବା ଜରିମାନା ଅର୍ଥ ବଢ଼ାଇବାକୁ ଆଲୋଚନା ହୋଇଥିଲେ ହେଁ ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇନାହିଁ ।
ପଢନ୍ତୁ ଏହି ଖବର: ଓଡ଼ିଶାରେ ମାଡ଼ିଗଲାଣି କ୍ୟାନସର, ବର୍ଷକୁ ବାହାରୁଛନ୍ତି ୫୫ ହଜାର କର୍କଟ ରୋଗୀ
କ୍ୟାନ୍ସରର ହଟ ସ୍ପଟ ଓଡିଶା। ରାଜ୍ୟରେ ବର୍ଷକୁ ବାହାରୁଛନ୍ତି ୫୫ ହଜାର କ୍ୟାନ୍ସର ରୋଗୀ। ଏବେ ଗାଁ ଗାଁ ବୁଲି ସଚେତନ କରିବେ ଏସଏଚଜି। ରାଜ୍ୟରେ ଡ଼ାଇଗନୋସିସ ପରେ ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୩୫ ହଜାର କ୍ୟାନ୍ସର ରୋଗୀ ମୃତ୍ୟୁ ବରଣ କରୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୫-୨୬ ବର୍ଷରେ ତେବେ ରାଜ୍ୟରେ ସର୍ବାଧିକ ମୁଖ ଗହ୍ୱର କର୍କଟ ଚିହ୍ନଟ ହୋଇଛନ୍ତି। 2025 -26 ରେ ଜାନୁୟାରୀ ସୁଦ୍ଧା 23131 କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠୁ ଅଧିକ କଟକରେ 4779 ରୋଗୀ। କ୍ୟାନ୍ସର ରୋଗୀ ଚି଼ହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରେ 1878, ଯାଜପୁର ରେ 1153, ଜଗତସିଂହପୁର ରେ 1822, ବାଲେଶ୍ୱର ରେ 1546 ଓ ଭଦ୍ରକ ରେ 1432 ରୋଗୀ ଚିହ୍ଟଟ ହୋଇଛନ୍ତି।
ଚଳିତ ବଜେଟରେ କ୍ୟାନସର ରୋଗୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । କର୍କଟ ଔଷଧ ଶସ୍ତା ହେବ ବୋଲି ବଜେଟରେ ଏହି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତାଙ୍କ ବଜେଟ ଭାଷଣରେ କହିଛନ୍ତି ଯେ ଦେଶରେ ବାୟୋ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରର ବିକାଶ ଦ୍ୱାରା କର୍କଟ ଭଳି ଗମ୍ଭୀର ରୋଗର ଔଷଧ ଶସ୍ତା ହେବ।

Related Topics
Explore more stories