Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୃତ୍ତିକା ସ୍ବାସ୍ଥ୍ୟ ନେଇ ତୁରନ୍ତ ପଦକ୍ଷେପ ନେବାକୁ ବୈଜ୍ଞାନିକ ମାନଙ୍କ ଆହ୍ୱାନ

Odisha

ମୃତ୍ତିକା ସ୍ବାସ୍ଥ୍ୟ ନେଇ ତୁରନ୍ତ ପଦକ୍ଷେପ ନେବାକୁ ବୈଜ୍ଞାନିକ ମାନଙ୍କ ଆହ୍ୱାନ

Jitendra Dash
Browse all articles by Jitendra Dash
·2 years ago·3 min read
ମୃତ୍ତିକା ସ୍ବାସ୍ଥ୍ୟ ନେଇ ତୁରନ୍ତ ପଦକ୍ଷେପ ନେବାକୁ ବୈଜ୍ଞାନିକ ମାନଙ୍କ ଆହ୍ୱାନ

ଅର୍ଗସ ବ୍ୟୁରୋ : ଦଶନ୍ଧି ଦଶନ୍ଧି ଧରି ମୃତ୍ତିକାର ଅବହେଳା ଫଳରେ ଉପଲବ୍ଧ ହୋଇଥିବା ସମସ୍ୟା ଆଜି ମାନବ ଜାତିକୁ ଚିନ୍ତାରେ ପକାଇଛି ବୋଲି ‘ବିଶ୍ୱ ମୃତ୍ତିକା ଦିବସ’ ପାଳନ ଅବସରରେ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ବକ୍ତାମାନେ ମତ ପ୍ରକାଶ କରିବା ସହ ମୃତ୍ତିକା ସୁରକ୍ଷା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ (ଆଇଏଏସ୍‌) ଓ ଇଣ୍ଡିଆନ ସୋସାଇଟି ଅଫ ସୈଲ ସାଇନ୍ସ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ଜମି ପରିଚାଳନାରେ ଅନିୟମିତତା ଏବଂ ଶିଳ୍ପାୟନ ଯୋଗୁଁ ମୃତ୍ତିକାର ଉତ୍ପାଦନ କ୍ଷମତା ହ୍ରାସ ପାଉଥିବା ସଂପର୍କରେ ଅଲୋଚନା ହୋଇଥିଲା ।

ପୃଥିବୀ ତିଷ୍ଠି ରହିବା ନିମନ୍ତେ ମୃତ୍ତିକା ଓ ଜଳର ନିବିଡ ସଂପର୍କ ଗୁରୁତ୍ୱପୂର୍ଣ୍ଣ ଓ ଏହା ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ ସଦୃଶ । ଏହି  ସଂପର୍କ  ହିଁ କୃଷିର ମୂଳଦୁଆ  ବୋଲି ସୋଆର ସେଂଟର ଫର୍ କ୍ଳାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର ର ନିର୍ଦ୍ଦେଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା କହିଥିଲେ । ମୃତ୍ତିକାର  ଅବକ୍ଷୟ ପୃଥିବୀର ଜଳ ସଂପଦ ଉପରେ ମଧ୍ୟ ଅତ୍ୟଧିକ ଚାପ ପକାଇଥାଏ । ପୃଥିବୀର ମୋଟ ଜଳର ୯୭.୩ ପ୍ରତିଶତ ସମୁଦ୍ର ହୋଇଥିବାରୁ ଏହା ବ୍ୟବହାର ଯୋଗ୍ୟ ନୁହେଁ। ଅବଶିଷ୍ଟ ୨.୭ ପ୍ରତିଶତ ମଧୁର ଜଳ ଏବଂ ସେଥିମଧ୍ୟରୁ ମାତ୍ର ୦.୦୭ ପ୍ରତିଶତ ବ୍ୟବହାରଯୋଗ୍ୟ ଓ ବରଫ ଗ୍ଲେସିଅର୍ ଭାବେ ରହିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ କୃଷକ ଓ ଆଇଏଏସ୍‌ର କୃଷି ବୈଜ୍ଞାନିକଙ୍କ ମଧ୍ୟରେ ଏ ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା । 

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ଆଇଏଏସ୍‌ର ମୃତ୍ତିକା ବିଜ୍ଞାନ ଓ କୃଷି ରସାୟନ ବିଭାଗର ମୁଖ୍ୟ ପ୍ରଫେସର ଦୀନବନ୍ଧୁ ଜେନା ମଧ୍ୟ ଉପସ୍ଥିତ ଥିଲେ । ଭାରତରେ ଉପଲବ୍ଧ ମଧୁର ଜଳର ୮୦ ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ବୋଲି ପ୍ରଫେସର ପଣ୍ଡା କହିଥିଲେ । ବାରମ୍ବାର ପାଣିପାଗ ଜନିତ ଉତ୍କଟ ସମସ୍ୟା  ସୃଷ୍ଟି ହେବା ଫଳରେ ପ୍ରତିକୂଳ ଜଳବାୟୁରେ ବିକଶିତ ହୋଇ ପାରୁଥିବା ଫସଲ ର ବିକାଶ ଆବଶ୍ୟକ ବୋଲି ସେ କହିଥିଲେ । ଉପଯୁକ୍ତ ଜଳ ସଂରକ୍ଷଣ ପଦକ୍ଷେପ ତଥା ବର୍ଷା ଜଳ ସଂରକ୍ଷଣ କରି ମୃତ୍ତିକାର ଆଦ୍ରତା ବୃଦ୍ଧି ତଥା ଭୂତଳ ଜଳକୁ  ରିଚାର୍ଜ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୃତିକା ସ୍ୱାସ୍ଥ୍ୟ ଏବଂ ଜଳର  ଗୁଣବତା ବଜାୟ ରଖିବାର  ଆବଶ୍ୟକତା ଉପରେ ଗୁରୁତ୍ବ ଦେଇ ପ୍ରଫେସର ନନ୍ଦ କହିଥିଲେ ଯେ  ମାନବ ଜାତି ମୃତ୍ତିକା, ଜଳ ଓ ବାୟୁ କୁ ଉପହାର ଭାବେ ପାଇଛି ମାତ୍ର ସେଥିପାଇଁ କୃତଜ୍ଞ ହେବା ଶିଖିନାହିଁ । ପ୍ରତି ମୁହୂର୍ତ୍ତରେ ଆମେ ବାୟୁକୁ ନିଶ୍ୱାସ ନେବାପାଇଁ ଆବଶ୍ୟକ କରୁ, ଭୂମି ଆମକୁ ଖାଦ୍ୟ ଯୋଗାଏ ଏବଂ ତୃଷା ନିବାରଣ ନିମନ୍ତେ ଜଳ ଆବଶ୍ୟକ ହୁଏ। ଏହା ଆମ ପାଇଁ ଉପହାର ଅଟେ। ଆମେ ଯେଉଁଠାରେ ରହୁଛୁ ସେହି ପୃଥିବୀର ଯତ୍ନ ନେବାକୁ ଶିଖିବା ଆବଶ୍ୟକ ବୋଲି ସେ କହିଥିଲେ । ପ୍ରଫେସର ନନ୍ଦ କହିଥିଲେ ଯେ ଅଧିକାଂଶ ସହରରେ ବାୟୁର ଗୁଣବତା ନିମ୍ନମୁଖୀ ହେବା ଚିନ୍ତାର ବିଷୟ । ପୃଥିବୀକୁ ବଂଚାଇବା ପାଇଁ ମାଟି ଓ ଜଳାଶୟ ର ଯତ୍ନ ନେବା ନିମନ୍ତେ ସମସ୍ତେ ଯତ୍ନବାନ ହେବା ଜରୁରୀ ବୋଲି ପ୍ରଫେସର ଦାସ କହିଥିଲେ।

ପ୍ରଫେସର ଜେନା ପରିବେଶ ସୁରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଥାଇଲାଣ୍ଡର ରାଜା ଭୂମିବଲ୍ ଆଦୁଲ୍ୟଦେଜ୍ ଙ୍କ ଜନ୍ମଦିନ ଅବସରରେ ଡିସେମ୍ବର ୫ ତାରିଖ କୁ ବିଶ୍ୱ ମୃତ୍ତିକା ଦିବସ ଭାବେ ପାଳନ କରାଯାଇଥାଏ ବୋଲି କହିଥିଲେ । ଉର୍ବର ଜମି ଭିତିଭୂମି ବିକାଶ ପାଇଁ ବ୍ୟବହୃତ ହେଉଥିବାରୁ କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ଉପଲବ୍ଧ ଚାଷ ଜମି ଉପରେ ଅଧିକ ଚାପ ପଡୁଛି । ସେଥିପାଇଁ ଆଜି ଆମେ ଏହି ସମସ୍ୟା ସହିତ ଯୁଝୁଛୁ ବୋଲି ସେ କହିଥିଲେ । ସୋଆର ଦିଷ୍ଟିଙ୍ଗୁଇଶଡ ପ୍ରଫେସର ୟୁ ସି ମହାନ୍ତି ଏବଂ ଆଇଏଏସ୍ ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Sponsored
World Soil Day | Argus News