Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବର୍ଷା ଦିନେ ଚିନ୍ତା ବଢାଉଛି ସାପ କାମୁଡ଼ା

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବର୍ଷା ଦିନେ ଚିନ୍ତା ବଢାଉଛି ସାପ କାମୁଡ଼ା

Key Points

  • ବର୍ଷା ଦିନେ ଚିନ୍ତା ବଢାଇଲାଣି ସାପ କାମୁଡ଼ା
  • ସାପ ଚୋଟରେ ଅକାଳରେ ଚାଲିଯାଉଛି ଜୀବନ
  • ଗତ ୫ ବର୍ଷରେ ଢେଙ୍କାନାଳରେ ବିଷଧର ସାପ ନେଲେଣି ୧୮୦ ପ୍ରାଣ
  • ଠିକ ସମୟରେ ଚିକିତ୍ସା ଓ ସଚେତନତା ଅଭାବରୁ ମୃତ୍ୟୁ ଅଭିଯୋଗ

ଅର୍ଗସ ବ୍ୟୁରୋ : କେତେବେଳେ ଶୋଇଥିବା ବେଳେ ତ ଆଉ କେତେବେଳେ ବିଲରେ କାମ କରୁଥିବା ବେଳେ ସାପ ମାରୁଛନ୍ତି ଚୋଟ । ସଚେତନତା ଅଭାବ ଓ ସଠିକ ସମୟରେ ଚିକିତ୍ସା ନ ମିଳିବାରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ନୀରିହ ଲୋକେ । ବର୍ଷା ଦିନ ଆସିଥିବାରୁ ବର୍ତ୍ତମାନ ସାପ ମାନଙ୍କର ଚଳପ୍ରଚଳ ଦେଖିବାକୁ ମିଳୁଛି । 
ଆସନ୍ତୁ ନଜର ପକାଇବା ଢେଙ୍କାନାଳ ଜିଲ୍ଲାର କେଉଁ ବ୍ଲକରେ କେତେ ଜୀବନ ନେଇଛି ସାପ....ଗନ୍ଦିଆରେ ସର୍ବାଧିକ ୪୧ ଜଣଙ୍କ ଜୀବନ ଯାଇଥିବା ବେଳେ, ସଦର ବ୍ଲକରେ ୨୫ , ହିନ୍ଦୋଳରେ ୨୪, କାମାକ୍ଷାନଗରରେ ୧୯, ପରଜଙ୍ଗରେ ୨୬, ଓଡ଼ାପଡ଼ାରେ ୧୪, ଭୁବନରେ ୫, କଙ୍କଡାହାଡ଼ରେ ୨୧ ଜଣଙ୍କ ଜୀବନ ଯାଇଛି । ସଠିକ ସମୟରେ ଚିକିତ୍ସା ଓ ସଚେତନତା ଅଭାବରୁ ଲୋକଙ୍କ ପ୍ରାଣ ଯାଉଥିବାର ସାପ ଧରାଳି କହିଛନ୍ତି । ସେହିପରି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ପରିମାଣରେ ଆଣ୍ଟି ସ୍ନେକ ଭେନମ ମିଳୁନଥିବାରୁ ଓ ଲୋକେ ଗୁଣି ଗାରେଡ଼ି ଉପରେ ବିଶ୍ବାସ କରୁଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିବା ଅଭିଯୋଗ ହେଉଛି । 

ଅଧିକ ପଢନ୍ତୁ : ସାପ କାମୁଡ଼ାରେ ମହିଳା ମୃତ

ସେପଟେ କେନ୍ଦୁଝର ଜିଲ୍ଲା ପାଟଣା ମେଡିକାଲ ପରିସରରେ ଦେଖିବାକୁ ମିଳିଛି ଏ ଅଭାବନୀୟ ଦୃଶ୍ୟ । ସାପ କାମୁଡ଼ାରେ ମୃତ ନାବାଳକକୁ ଝଡ଼ାଫୁଙ୍କା କରାଯାଇଛି । ତା ପୁଣି ମେଡିକାଲ ପରିସରରେ । ମୃତ ନାବାଳକ ପୁଟୁଳିଆ ଗାଁର ଦାଶରଥି ପାତ୍ରଙ୍କ ପୁଅ ପଦ୍ମଲୋଚନ ପାତ୍ର । ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡ଼ିବାରୁ ଦାଶରଥିଙ୍କ ମୃତ୍ୟୁ ହୋଇଥିଲା । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କଲେ ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା କମ୍ ହୋଇପାରିବ ବୋଲି ଆଶା ।.... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Worrying about a rainy day, snake bite | Argus News