Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନକଲି ମଦ କାରବାରରୁ ଭରୁଥିଲା ବିଜେଡି ନେତାଙ୍କ ହାତପାଣ୍ଠି

Smruti Parija
Browse all articles by Smruti Parija
·1 year ago·2 min read
ନକଲି ମଦ କାରବାରରୁ ଭରୁଥିଲା ବିଜେଡି ନେତାଙ୍କ ହାତପାଣ୍ଠି

Key Points

  • ୪୦ ଲକ୍ଷ ଟଙ୍କାର ନକଲି ମଦ ଉପରେ ଚାଲିଲା ବୁଲଡୋଜର
  • ମଦକୁ ନେଇ ନୋ ଟଲେରାନ୍ସ ନୀତି ଆପଣାଇଛନ୍ତି ମୋହନ ସରକାର
  • ବିଦେଶୀ ମଦ ବୋତଲରେ ପାଣି ଓ କେମିକାଲ ମିଶାଇ ଚାଲିଥିଲା ବିକ୍ରୀ
  • ନକଲି ମଦ କାରବାରରୁ ଭରୁଥିଲା ବିଜେଡି ନେତାଙ୍କ ହାତପାଣ୍ଠି
  • ମୋହନ ସରକାର ଆସିବା ପରେ ଆକ୍ସନ ମୋଡରେ ଅବକାରୀ ବିଭାଗ
  • ୨୨ ଦିନର ସ୍ପେଶାଲ ଡ୍ରାଇଭରେ ୫୨୩୫ ମାମଲା ସହ ୨୦୯୬ ଜଣ ହେଲେଣି ଗିରଫ 
     

ଅର୍ଗସ ବ୍ୟୁରୋ: ବ୍ରାଣ୍ଡ ଅସଲି ମଦ ନକଲି । ଖୋଦ ରାଜଧାନୀରେ ଚାଲିଥିଲା ଏହି ନକଲି ମଦର ବେଧଡକ କାରବାର। ଅଭିଯୋଗ ମିଳିବା ପରେ ଆକ୍ସନକୁ ଆସିଥିଲା ଅବକାରୀ ବିଭାଗ। ବରମୁଣ୍ଡା ବସଷ୍ଟାଣ୍ଡ ନିକଟ ସରକାରୀ ସିକୃତୀ ପ୍ରାପ୍ତ ବିଦେଶୀ ମଦ ଦୋକାନରେ ଅତର୍କିତ ଚଢଉ କରିଥିଲା ଅବକାରୀ ଟିମ୍। ଚଢଉ ପରେ ଫେରାର ହୋଇଯାଇଥିଲେ ଲାଇସେନ୍ସଧାରୀ। ହେଲେ କର୍ମଚାରୀଙ୍କୁ ଅଟକ ରଖିଥିଲା ଅବକାରୀ ଟିମ।। ଏହି ଦୋକାନରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ନକଲି ମଦ ଜବତ କରାଯାଇଛି। ଅସଲି ବ୍ରାଣ୍ଡରେ ନକଲି ସିଲ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ଲାଇସେନ୍ସଧାରୀ। ଶୁଣନ୍ତୁ କର୍ମଚାରୀ ମାନେ କିପରି ତିଆରି କରୁଥିଲେ ନକଲି ମଦ। 

ସୂଚନା ଅନୁସାରେ ବିଦେଶୀ ବ୍ରାଣ୍ଡର ମଦ ପିଇବା ପରେ ଗ୍ରାହକ ଫିଙ୍ଗି ଦେଉଥିବା ବୋତଲ ଆଣି ସେଥିରେ ପାଣି ଓ ଅନ୍ୟାନ୍ୟ କେମିକାଲ ମିଶାଇ ମଦ ବୋତଲକୁ ସିଲ୍‌‌ କରାଯାଉଥିଲା। ଯାହାକୁ ଗ୍ରାହକମାନେ ନୂଆ ମଦ ଭାବି କିଣିଥିଲେ। ନିକଟରେ ଚିକିଟି ମଦ ମୃତ୍ୟୁ ଘଟଣାରେ ଅନେକ ଲୋକପ୍ରାଣ ହରାଇବା ପରେ ଆକ୍ସନ ମୁଡରେ ଅବକାରୀ ବିଭାଗ। ପରୀକ୍ଷା ପାଇଁ ଜବତ ମଦର ନମୁନା ପଠାଇଛି ଅବକାରୀ ଟିମ୍। 

ଅଭିଯୋଗ ଏହି ନକଲି କାରବାର ଅନେକ ବର୍ଷ ଧରି ବେଧଡକ ଭାବେ ଚାଲିଆସୁଥିଲା। ଲାଇସେନ୍ସ ଧାରକଙ୍କଠାରୁ ବିଜେଡି ନେତାଙ୍କ ହାତପାଣ୍ଠିକୁ ଯାଉଥିଲା ଟଙ୍କା। ତେଣୁ ସବୁ ଜାଣି ବି ଚୁପ୍ ବସିଥିଲା ଅବକାରୀ ବିଭାଗ। ଏବେ କିନ୍ତୁ ଅବକାରୀ ନୀତିରେ ଜିରୋ ଟଲେରାନ୍ସ ଆପଣାଇଛନ୍ତି ମୋହନ ସରକାର। ଅବକାରୀ ବିଭାଗର ରିପୋର୍ଟ ଅନୁସାରେ ଗତ ୨୦ ଅଗଷ୍ଟ ରୁ ୧୨ ସେପ୍ଟେମ୍ବର ଭିତରେ ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭରେ ୫୨୩୫ ଟି ମାମଲା ପଞ୍ଜିକୃତ ହୋଇଛି। ୨୯୦୬ ଜଣଙ୍କୁ ଗିରଫ କରିବା ସହ ବେଆଇନ ମଦ ମମଲାରେ ୯୩୪ ଜଣଙ୍କୁ ନୋଟିସ ଦେଇ ଛାଡ଼ିଦେଇଛି ଅବକାରୀ ବିଭାଗ। ସେହିପରି ୨୬୭ ଟି ଗାଡି ସିଜ କରିବା ସହ ୨୦୬୬ ଜାଗାରେ ରାଜ୍ୟବ୍ୟାପୀ ରେଡ କରିଛି ଅବକାରୀ ବିଭାଗ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
worth-of-40-lakh-duplicate-liquor-crashed-by-bulldozer | Argus News