Videos
|
Odisha

ତାଳଚେର ମେଡିକାଲକୁ କଲେଜ ପାଇଁ ଚିଠି ଲେଖନ୍ତୁ ରାଜ୍ୟ ସରକାର

Jitendra Dash
Browse all articles by Jitendra Dash
·2 years ago·1 min read
ତାଳଚେର ମେଡିକାଲକୁ କଲେଜ ପାଇଁ ଚିଠି ଲେଖନ୍ତୁ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ : ତାଳଚେର ମେଡିକାଲକୁ କଲେଜ ପାଇଁ ଚିଠି ଲେଖନ୍ତୁ ରାଜ୍ୟ ସରକାର । ରାଜ୍ୟ ସରକାର ତୁରନ୍ତ ଦରଖାସ୍ତ ଦିଅନ୍ତୁ ଏହାକୁ ମେଡିକାଲ କଲେଜ କରିବାକୁ । ନ୍ୟାସନାଲ୍ ମେଡିକାଲ୍ କମିଶନଙ୍କ ପାଖକୁ ଦରଖାସ୍ତ ପଠାଇବାକୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

 

ଆଜି ତାଳଚେର ମେଡିକାଲର ଶୁଭାରମ୍ଭ କାର୍ଯ୍ୟକ୍ରମ ଥିଲା । ଏହି ଅବସରରେ ଏ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କୋଭିଡ୍ ବେଳେ ତାଳଚେର, ଅନୁଗୁଳ, ଭୁବନେଶ୍ଵରରେ ଏମସିଏଲ ୩୦୦ କୋଟି ଖର୍ଚ୍ଚ କରିଥିଲା । ୯ ବର୍ଷରେ ଅନୁଗୁଳ ଜିଲ୍ଲା ଓଡ଼ିଶାର ରାଜକୋଷରେ ୬୦ ହଜାର କୋଟିର ଦାୟିତ୍ଵ ନେଇଛି । ଆଗରୁ ସବୁ ଅର୍ଥ ଦିଲ୍ଲୀ ରାଜକୋଷକୁ ଆସୁଥିଲା, ପ୍ରଧାନମନ୍ତ୍ରୀଙ୍କ ଦୂର ଦୁଷ୍ଟିରୁ ଏହା ପରିବର୍ତ୍ତନ ହୋଇଛି । 

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,  କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡିଓ କନଫେରନସିଂରେ ସାମିଲ୍ ହୋଇଥିଲେ । ମେଡିକାଲ ପ୍ରତିଷ୍ଠା ଦିଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: