Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତ ଛାଡ଼ିଲେ କଂଗ୍ରେସ ନେତା ଅଂଶୁମାନ ମହାନ୍ତି

Ritu Das
Browse all articles by Ritu Das
·2 years ago
ହାତ ଛାଡ଼ିଲେ କଂଗ୍ରେସ ନେତା ଅଂଶୁମାନ ମହାନ୍ତି

ଅର୍ଗସ ବ୍ୟୁରୋ: ହାତ ଛାଡ଼ିଲେ ଆଳିର କଂଗ୍ରେସ ନେତା ଅଂଶୁମାନ ମହାନ୍ତି । କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି l ସେ ନିଜ ଇସ୍ତଫା ପତ୍ର ପିସିସି ସଭାପତିଙ୍କୁ ପଠାଇଛନ୍ତି । ଅଂଶୁମାନଙ୍କ ଇସ୍ତଫା ସହ ରାଜନଗର ନିର୍ବାଚନ ମଣ୍ଡଳୀରେ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି l

ତାଙ୍କର ଇସ୍ତଫା କଂଗ୍ରେସ ଦଳକୁ ରାଜନଗରରେ କ୍ଷତି ପହଞ୍ଚାଇବ ବୋଲି ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି କହିଛନ୍ତି। 
 2019 ରେ ରାଜନଗର ବିଧାନସଭା କ୍ଷେତ୍ରରୁ ଲଢ଼ି ବିଜେଡିର ଧ୍ରୁବ ସାହୁଙ୍କଠାରୁ ପରାସ୍ତ ହୋଇଥିଲେ । 2014 ରେ ରାଜନଗରରେ କଂଗ୍ରେସର ବିଧାୟକ ଥିଲେ ଅଂଶୁମାନ। ଖୁବଶୀଘ୍ର ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
X Mla Anshuman | Argus News