Videos
|
Odisha

Odisha Vehicle Invalid / ଓଡ଼ିଶାରେ ଖତ ଖାଇଯିବ ଲକ୍ଷ ଲକ୍ଷ ଗାଡ଼ି; ନୂଆ ନିୟମ ପରେ ଗାଡ଼ି ମାଲିକଙ୍କ ମନରେ ଛନକା

Debashree Debasmita Sahoo
Browse all articles by Debashree Debasmita Sahoo
·28 mins ago·3 min read
ଓଡ଼ିଶାରେ ଖତ ଖାଇଯିବ ଲକ୍ଷ ଲକ୍ଷ ଗାଡ଼ି; ନୂଆ ନିୟମ ପରେ ଗାଡ଼ି ମାଲିକଙ୍କ ମନରେ ଛନକା
Odisha Vehicle Invalid

Key Points

ରାଜ୍ୟର ୩୯ ଲକ୍ଷରୁ ଅଧିକ ବାହାନ ସ୍ଥାୟୀ ଅଚଳ ଘୋଷିତ
ଠିକ୍ ଅଛି ତ ଆପଣଙ୍କ ଗାଡ଼ିର କାଗଜପତ୍ର ?
ଭୁବନେଶ୍ଵର: ଖତ ହେବାକୁ ଯାଉଛି ରାଜ୍ୟରେ ଲକ୍ଷାଧିକ ଗାଡ଼ି । କେନ୍ଦ୍ର ସରକାରଙ୍କ କଡ଼ା ନିୟମ ଅନୁସାରେ ରାଜ୍ୟରେ ଅବୈଧ ଭାବରେ ଗଡୁଥିବା ଗାଡ଼ି ଗୁଡ଼ିକ ସିଜ୍ କରାଯିବ । ଏମିତି ୩୯ ଲକ୍ଷରୁ ଅଧିକ ଗାଡ଼ି ଅଛି ଯାହାର ୩ ବର୍ଷରୁ ଅଧିକ ସମୟ ହେଲା କାଗଜ ପତ୍ର ନବୀକରଣ ହୋଇନାହିଁ । ସରକାରଙ୍କ ଏହି ନିୟମ ଗାଡ଼ି ମାଲିକଙ୍କ ମନରେ ଛନକା ପଶାଇଥିବାବେଳେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସଚେତନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ ।

କେନ୍ଦ୍ର ସରକାରଙ୍କର ନିୟମ ଅନୁସାରେ ରାଜ୍ୟରେ ୩୯ ଲକ୍ଷରୁ ଅଧିକ ଗାଡ଼ି ସ୍ଥାୟୀ ଅଚଳ ଘୋଷିତ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ତୁମ୍ବି ତୋଫାନ । ଦୀର୍ଘ ବର୍ଷ ଧରି କାଗଜପତ୍ର ଅପଡେଟ୍ କରୁନଥିବା ମାଲିକଙ୍କ ବିରୋଧରେ ହେବ କଡ଼ା ଆକ୍ସନ । ୩୯ ଲକ୍ଷ ଗାଡିରୁ ପ୍ରାୟ ୭୦ ପ୍ରତିଶତ ମୋଟର ସାଇକେଲ । ଦୀର୍ଘ ବର୍ଷ ଧରି ଏଗୁଡ଼ିକର ଇନ୍ସୁରାନ୍ସ, ପଲ୍ୟୁସନ୍, ରେଜିଷ୍ଟ୍ରେସନ ଓ ଚାଲାଣ ଭରାଯାଇନାହିଁ, ଯେକୌଣସି ସମୟରେ ଏହି ବର୍ଗର ଗାଡ଼ିକୁ ସିଜ କରି ଆଇନ ଅନୁସାରେ ଆକ୍ସନ ନେଇପାରେ ବୋଲି କହିଛି ରାଜ୍ୟ ପରିବହନ ବିଭାଗ ।

କଡ଼ା ନିୟମ ଲାଗୁ କରି ଆକ୍ସନ ନେବା ପୂର୍ବରୁ ରାଜ୍ୟରେ ଲୋକଙ୍କୁ ସଚେତନ କରିବାକୁ ପ୍ରସ୍ତାବ ଦେଇଛନ୍ତି । କହିଛନ୍ତି ଯେ ୩୯ ଲକ୍ଷରୁ ଅଧିକ ଗାଡ଼ିର ଦୀର୍ଘ ବର୍ଷ ଧରି କୌଣସି କାଗଜପତ୍ର ଅପଡେଟ୍ ହୋଇନାହିଁ । ପରମାନେଣ୍ଟ ଆର୍କାଇଭରେ ରଖାଯାଇଥିବା ଗାଡ଼ି ଭିତରେ ଅଧିକାଂଶ ମୋଟର ସାଇକେଲ ଗ୍ରାମାଞ୍ଚଳର । ବିଭିନ୍ନ ସ୍ଥାନରେ ହେଲ୍ପଡେସ୍କ ଖୋଲି ନୂଆ ବ୍ୟବସ୍ଥା ବାବଦରେ ପରିବହନ ବିଭାଗ ଗାଡ଼ି ମାଲିକଙ୍କୁ ବୁଝାଇବା ଦରକାର । ତେବେ ରାସ୍ତାରେ ଜବତ ହୋଇଯିବ କି ଆପଣଙ୍କ କାର୍ ଓ ବାଇକ୍ ? ଆପଣଙ୍କ ଗାଡ଼ି ସ୍ଥାୟୀ ନା ଅସ୍ଥାୟୀ ଆର୍କାଇଭରେ ଜାଣିବେ କେମିତି ? ଆଇନଗତ ଆକ୍ସନରୁ ବଞ୍ଚିବେ କେମିତି ? ପରିବହନ ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟ ସୂଚନା ଦିଆଯାଇଛି ।

  • ୪ ଭାଗରେ ବିଭକ୍ତ ହୋଇଛି ଗାଡ଼ି
- ପ୍ରଥମେ ଆକ୍ଟିଭ୍ କମ୍ପ୍ଲିଆଣ୍ଟ (Active Compliant) ଯେଉଁ ଗାଡ଼ିର ମୋଟର ଯାନ ଆଇନ ଅନୁଯାୟୀ ସମସ୍ତ କାଗଜପତ୍ର ଠିକ୍ ଅଛି I
- ଦ୍ବିତୀୟ ଆକ୍ଟିଭ୍ ନନ୍-କମ୍ପ୍ଲିଆଣ୍ଟ (Active non-compliant) ବୀମା/ପ୍ରଦୂଷଣ ଅବଧି ଶେଷ ହୋଇଯାଇଥିବା ଗାଡ଼ି ଏହି ଶ୍ରେଣୀରେ ରଖାଯାଇଛି ।
- ତୃତୀୟ ଅସ୍ଥାୟୀ ଆର୍କାଇଭ୍ (Temporary Archive) ଯଦି କୌଣସି ଗାଡ଼ିର ଦୀର୍ଘ ବର୍ଷ ଧରି କାଗଜପତ୍ର ଅପଡେଟ୍ ହୋଇନାହିଁ ତାହାକୁ ଅସ୍ଥାୟୀ ଆର୍କାଇଭ୍ କୁ ସ୍ଥାନତାରିତ କରାଯାଇଛି ।
- ଚତୁର୍ଥ ଓ ଶେଷ ସ୍ଥାୟୀ ଆର୍କାଇଭ୍ (Permanent Archive)। ନିର୍ଦ୍ଧାରିତ ଅବଧି ୨ ବର୍ଷରୁ ଅଧିକ ସମୟ ଧରି, ଚାଲାଣ ହେଉ କି ଫିଟନେସ୍, ପଲ୍ୟୁସନ ସର୍ଟିଫିକେଟ କିମ୍ବା ଇନସ୍ୟୁରାନ୍ସ କରିନଥିବା ଗାଡ଼ି ଗୁଡ଼ିକୁ ପର୍ମାନେଣ୍ଟ ଆର୍କାଇଭକୁ ପଠାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଆପଣଙ୍କ ଗାଡ଼ି କେଉଁ ଶ୍ରେଣୀରେ ଅଛି କେମିତି ଜାଣିବେ ?
ତେବେ ଆପଣଙ୍କ ଗାଡ଼ି ଏହି ୪ଟି ଶ୍ରେଣୀରୁ କେଉଁ ଶ୍ରେଣୀରେ ଅଛି କେଉଁଥିରେ ଅଛି କେମିତି ଜାଣିବେ ? ସେଥିପାଇଁ ପ୍ରଥମେ ନିଜ ମୋବାଇଲ ବା କମ୍ପ୍ୟୁଟରରେ ଗୁଗଲକୁ ଯାଇ https://parivahan.gov.in ରେ ଲଗ ଇନ୍ କରନ୍ତୁ ।
ଦ୍ୱିତୀୟ ଷ୍ଟେପ - Dashboard & Reports" and select "Analytics." ଅପସନକୁ ବାଛନ୍ତୁ
ତୃତୀୟ ଷ୍ଟେପ - "Know Your Vehicle Details" ଉପରେ କ୍ଲିକ୍ କରନ୍ତୁ
ଚତୁର୍ଥ ଷ୍ଟେପ - ନିଜ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ଦାଖଲ କରନ୍ତୁ
ପଞ୍ଚମ ଷ୍ଟେପ - ସ୍କ୍ରିନରେ ଦେଖାଯାଉଥିବା Captcha Code ଲେଖନ୍ତୁ
ଷଷ୍ଠ ଷ୍ଟେପ - "Search" ଉପରେ କ୍ଲିକ୍ କରନ୍ତୁ

ପଢନ୍ତୁ ଏହି ଖବର: ଟୟୋଟା କାର୍ ସର୍ଭିସ୍ ସେଣ୍ଟରରେ ନିଆଁ; ଜଳିଗଲା ୨୫ କାର୍

ଆପଣଙ୍କ ଗାଡ଼ି ସ୍ଥାୟୀ ଆର୍କାଇଭରେ ଥିଲେ ପରିବହନ ଅଧିକାରୀ ବା RTOଙ୍କରେ ଲିଖିତ ଅଭିଯୋଗ କରି ଯାହା ଯାହା ଡକ୍ୟୁମେଣ୍ଟ ବକେୟା ରହିଛି ତାକୁ ପୈଠ କରିବେ । ସବୁ ଡକ୍ୟୁମେଣ୍ଟ ଠିକ୍ କରିବା ପରେ ଆରଟିଓ ପରିବହନ ବିଭାଗକୁ ଜଣାଇବେ । ତାପରେ ପୁନଃ ବିଚାର କରାଯାଇ ସ୍ଥାୟୀରୁ ଅସ୍ଥାୟୀ ଆର୍କାଇକୁ ସ୍ଥାନାତରିତ କରାଯିବା ପାଇଁ ନିଷ୍ପତ୍ତି ନେବ ବିଭାଗ ।