Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିଲ୍ଲୀରେ ପ୍ରବଳ ଶୀତ, ୟେଲୋ ଆଲର୍ଟ ଜାରି

Smruti Parija
Browse all articles by Smruti Parija
·2 years ago·1 min read
ଦିଲ୍ଲୀରେ ପ୍ରବଳ ଶୀତ, ୟେଲୋ ଆଲର୍ଟ ଜାରି

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି । ଦେଖା ଯାଉନି ରାସ୍ତା ଘାଟ । ଦୃଶ୍ୟମାନ ଦୂରତା ୨୦ ମିଟରରୁ କମ ରହୁଥିବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ । ଇନ୍ଦିରା ଗାନ୍ଧି ବିମାନ ବନ୍ଦରରୁ ଦେଶର ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ବିମାନ ବିଳମ୍ବରେ ଚାଲୁଛି । ଯାହାକୁ ନେଇ ଯାତ୍ରୀ ମାନେ ସମସ୍ୟା ଭୋଗୁଛନ୍ତି ।  ଖରାପ ପାଗ ଯୋଗୁଁ ବିମାନ ଚଳାଚଳ ସମୟ ପ୍ରଭାବିତ ହୋଇଥିବାରୁ ଯାତ୍ରୀଙ୍କୁ ସୂଚନା ଜାରି କରାଯାଇଛି । ସେପଟେ ଅନେକ ଟ୍ରେନ ମଧ୍ୟ ବିଳମ୍ବରେ ଚାଲୁଛି । 

ଦୂର ସ୍ଥାନକୁ ଯାତ୍ରା କରିବାକୁ ଷ୍ଟେସନରେ ପହଞ୍ଚିଥିବା ଯାତ୍ରୀ ଅଟକି ରହିଛନ୍ତି । କୁହୁଡ଼ି ପାଇଁ ଗାଡ଼ି ମିଳୁ ନଥିବାରୁ ବହୁ ସମସ୍ୟା ଭୋଗୁଛନ୍ତି ଲୋକେ । କୁହୁଡ଼ି ସହ ପ୍ରବଳ ଜାଡ଼ ଲୋକଙ୍କୁ କଲବଲ କରୁଛି । ଦିଲ୍ଲୀ ସମେତ ପୂରା ଉତ୍ତର ଭାରତରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି । ୨୧ ତାରିଖ ଯାଏ ଶୀତ ଲହରୀ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଥଣ୍ଡାକୁ ନେଇ ଦିଲ୍ଲୀରେ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
yellow-alert-in-delhi-for-heavy-fogg | Argus News