Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାଜ୍ୟରେ ଶୀତ ଲହରୀ, ୧୪ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବା ନେଇ ୟେଲୋ ଆଲର୍ଟ ଜାରି

Odisha

ରାଜ୍ୟରେ ଶୀତ ଲହରୀ, ୧୪ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବା ନେଇ ୟେଲୋ ଆଲର୍ଟ ଜାରି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଜ୍ୟରେ ଶୀତ ଲହରୀ, ୧୪ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବା ନେଇ ୟେଲୋ ଆଲର୍ଟ ଜାରି

ଅର୍ଗସ ବ୍ୟୁରୋ:  ରାଜ୍ୟରେ ଶୀତ ଲହରୀ ସହ କଲବଲ କରୁଛି ଘନ କୁହୁଡ଼ି । ଦୃଶ୍ୟମାନ ଦୂରତା ୫୦ ମିଟରୁ କମ ରହୁଥିବାରୁ ବଢୁଛି ଦୁର୍ଘଟଣା ଘଟିବାର ଭୟ । ଆଜି ସକାଳ ସାଢ଼େ ୮ଟା ମଧ୍ୟରେ ୧୪ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବା ନେଇ ୟଲୋ ଆର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୧୦ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ୧୯ ଜିଲ୍ଲା ଏବଂ ୧୧ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ୧୧ ଜିଲ୍ଲାରେ ଘନ କୁହୁଡ଼ଇ ନେଇ ସତର୍କ କରାଯାଇଛି ।

ବର୍ତ୍ତମାନ ରାଜ୍ୟରେ ଘନ କୁହୁଡି ପାଇଁ ପାଗ  ଅନୁକୂଳ ଥିବାରୁ ଆଗାମୀ ତିନି ଦିନ ଯାଏ କୁହୁଡି ଦୃଶ୍ୟମାନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ତାପମାତ୍ରା ସ୍ବାଭାବିକଠାରୁ ଦୁଇ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପାଗ ଶୁଖିଲା ରହିଛି। ତେବେ କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ ଭଳି ପାହାଡ଼ିଆ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଥଣ୍ଡା ସାଙ୍ଗକୁ ବୁଲିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଜମୁଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Painting
Sponsored
yellow warning for dense fog in 14 Odishadistricts | Argus News