ଘଡ଼ଘଡ଼ି ସହ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
·2 years ago

ଭୁବନେଶ୍ୱର: ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ଟ୍ୱିନ୍ ସିଟି ସମେତ ବିଭିନ୍ନ ଜିଲ୍ଲାର ତାପମାତ୍ରା ୩୦ ଡିଗ୍ରୀ ଉପରେ । ଏହାରି ମଧ୍ୟରେ ବର୍ଷା ହେବା ନେଇ ଆଶ୍ୱସ୍ତିକର ଖବର ଦେଇଛି ପାଣିପାଗ ବିଭାଗ। ଏଥିପାଇଁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
24 ଘଣ୍ଟାରେ ତାତିରୁ ମିଳିପାରେ ନିସ୍ତାର
ଅନୁଗୁଳ, ଢ଼େଙ୍କାନାଳ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷରେ ଆଜିଠାରୁ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢନ୍ତୁ ଓଡ଼ିଶା ଖବର