|
logo
Live

Argus News - ରାତି ପାହିଲେ ବାବା ଲିଙ୍ଗରାଜଙ୍କ ଜାଗର: ରାଜଧାନୀରେ ବ୍ୟାପକ ପ୍ରସ୍ତୁତି

Odisha

ରାତି ପାହିଲେ ବାବା ଲିଙ୍ଗରାଜଙ୍କ ଜାଗର: ରାଜଧାନୀରେ ବ୍ୟାପକ ପ୍ରସ୍ତୁତି

Ritu Das
Browse all articles by Ritu Das
·2 years ago·1 min read
ରାତି ପାହିଲେ ବାବା ଲିଙ୍ଗରାଜଙ୍କ ଜାଗର: ରାଜଧାନୀରେ ବ୍ୟାପକ ପ୍ରସ୍ତୁତି

ଅର୍ଗସ ବ୍ୟୁରୋ: ରାତି ପାହିଲେ ପବିତ୍ର ଜାଗର ଯାତ୍ରା। ଉପବାସ ରଖି ମନସ୍କାମନା ନେଇ ଜାଗର ବତୀ ଜାଳିବେ ଶୈବଭକ୍ତ। ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ମନ୍ଦିରମାଳୀନି ସହର ଭୁବନେଶ୍ୱର। ରାଜଧାନୀର ଆରାଧ୍ୟ କୁହାଯାଉଥିବା ଲିଙ୍ଗରାଜ ମନ୍ଦିରରେ ସରିଲାଣି ସମସ୍ତ ପ୍ରସ୍ତୁତି। ମନୋଭରି ଭୋଳାନାଥଙ୍କ ଦର୍ଶନ କରିବେ ଭକ୍ତ ଗଣ। ବାବା ଲିଙ୍ଗରାଜଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ଦେଖିବାକୁ ମିଳିଛି । ସକାଳ ୩ଟାରୁ ପହଡ ଖୋଲାଯିବାକୁ ଥିବା ବେଳେ ୩.୩୦ରେ ମଙ୍ଗଳ ଆଳତୀ ପରେ ଅନୁଷ୍ଠିତ ହେବ ଅବକାଶ ନୀତି। ପରେ ସକାଳ 3ଟା 30ରୁ 11ଟା ପର୍ଯ୍ୟନ୍ତ ସାହାଣ ମେଳା ଦର୍ଶନ ଅର୍ଥାତ ସାଧାରଣ ଦର୍ଶନ ଆରମ୍ଭ ହେବ 

ଅନ୍ୟପଟେ ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରୀ ପାଇଁ ବିଏମସି ପ୍ରଶାସନ ଏବଂ ସେବାୟତ ମାନଙ୍କ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟକରଣ କରାଯାଇଥିବା ବେଳେ ମନ୍ଦିର ପରିସରରେ ଆଲୋକୀକରଣ ବ୍ୟବସ୍ଥା କରିଛି ବିଏମସି। ଭ୍ରାମ୍ୟମାଣ ଟଏଲେଟ ସହ ସଫେଇ କର୍ମଚାରୀ ନିଯୁକ୍ତି କରାଯାଇଛି । ଏଥି ସହିତ ଟ୍ରାଫିକ, ପାର୍କିଂ ବ୍ୟବସ୍ଥା ଠାରୁ ନେଇ ଶୌଚାଳୟ ଏବଂ ସ୍ଵଚ୍ଛତା ଉପରେ ମଧ୍ୟ ବିଏମସି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଅନ୍ୟପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଧ୍ୟାନ ଦିଆଯାଇଛି, 
ଆସନ୍ତା କାଲି ଭକ୍ତ ଭଗବାନଙ୍କ ମଧ୍ୟରେ ହେବ ଅପୂର୍ବ ମିଳନ। ଏଥିପାଇଁ ମନ୍ଦିର ସେବାୟତ, ପ୍ରଶାସନ ସମସ୍ତେ ବେଶ ତତ୍ପର ଥିବା ବେଳେ ପ୍ରଭୁ କୃପା ଲାଭ କରିବାକୁ ଶ୍ରଦ୍ଧାଳୁଙ୍କ ମନରେ ମଧ୍ୟ ବେଶ ଉତ୍କଣ୍ଠା ଭରି ରହିଛି।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାତି ପାହିଲେ ବାବା ଲିଙ୍ଗରାଜଙ୍କ ଜାଗର: ରାଜଧାନୀରେ ବ୍ୟାପକ ପ୍ରସ୍ତୁତି | Argus News