Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଲି ରାଜନୀତିରୁ ସନ୍ନ୍ୟାସ ନେଇଥିଲେ, ଆଜି ହଟିଲା ବ୍ୟାରିକେଟ୍

Smruti Parija
Browse all articles by Smruti Parija
·2 years ago·1 min read
କାଲି ରାଜନୀତିରୁ ସନ୍ନ୍ୟାସ ନେଇଥିଲେ, ଆଜି ହଟିଲା ବ୍ୟାରିକେଟ୍

ଭୁବନେଶ୍ୱର: ପାଣ୍ଡିଆନଙ୍କ ଘର ବାହାରୁ ହଟିଲା ବ୍ୟାରିକେଟ । ପୂର୍ବରୁ ପାଣ୍ଡିଆନଙ୍କ ଘର ବାହାରୁ ସୁରକ୍ଷାକର୍ମୀଙ୍କୁ ହଟାଯାଇଥିଲା । ଆଜି ଘରର ଦୁଇ ପାର୍ଶ୍ଵରେ ଲଗା ଯାଇଥିବା ଲୁହା ବ୍ୟାରିକେଟକୁ ହଟାଇ ଦିଆଯାଇଛି । ବିଜେଡି ସରକାର ଥିବା ସମୟରେ ପାଣ୍ଡିଆନଙ୍କୁ ଦିଆଯାଇଥିବା ଅତିରିକ୍ତ ସୁରକ୍ଷାକୁ ନେଇ ଉପୁଜିଥିଲା ବିବାଦ । ଗତକାଲି ରାଜନୀତିରୁ ସନ୍ୟାସ ନେଇଥିଲେ ଭିକେ ପାଣ୍ଡିଆନ । 

ମୋର ଏହି ଯାତ୍ରା ଭିତରେ କାହାକୁ କଷ୍ଟ ହୋଇଥିଲେ ମୁଁ ଦୁଃଖିତ । ମୋ ପ୍ରଚାର ଯୋଗୁଁ ବିଜେଡ଼ି ବିରୋଧରେ ଯେଉଁ ନ୍ୟାରେଟିଭ ତିଆରି ହେଲା, ସେଥିପାଇଁ ମୁଁ ବିଜୁ ପରିବାର ଓ ବିଜେଡ଼ି କର୍ମୀଙ୍କୁ କ୍ଷମା ମାଗୁଛି ବୋଲି କହିଛନ୍ତି ପାଣ୍ଡିଆନ । ମୋ ମେଣ୍ଟର ନବୀନ ପଟ୍ଟନାୟକଙ୍କୁ ସହାୟତା କରିବା ପାଇଁ ରାଜନୀତିକୁ ଆସିଥିଲି । ମୋର ଆଉ କିଛି ଆଶା ନଥିଲା, ସେଥିପାଇଁ ମୁଁ ପ୍ରାର୍ଥୀ ହେଲି ନାହିଁ କିମ୍ବା କୌଣସି ଦଳୀୟ ପଦ ପଦବୀରେ ରହିଲି ନାହିଁ । ପୈତୃକ ସମ୍ପତ୍ତି ଛଡ଼ା ପୃଥିବୀର କୌଣସି ଜାଗାରେ ମୋର କିଛି ସମ୍ପତ୍ତି ନାହିଁ । ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ବେଳେ ଯେତିକି ସମ୍ପତ୍ତି ଥିଲା ଏବେ ବି ମୋର ସେତିକି ସମ୍ପତ୍ତି ଅଛି ବୋଲି କହିଛନ୍ତି ପାଣ୍ଡିଆନ । 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yesterday he retired from politics-and-otoday-oday carricade-remover-from-his-house | Argus News