Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସଦୃଶ ଲଘୁଚାପରେ ପରିଣତ ହେଲା ଗତକାଲିର ଲଘୁଚାପ

Ritu Das
Browse all articles by Ritu Das
·11 months ago·2 min read
ସଦୃଶ ଲଘୁଚାପରେ ପରିଣତ ହେଲା ଗତକାଲିର ଲଘୁଚାପ

Key Points

ସଦୃଶ ଲଘୁଚାପରେ ପରିଣତ ହେଲା ଗତକାଲିର ଲଘୁଚାପ

ଆହୁରି ୨୪ ଘଣ୍ଟା ପ୍ରବଳ ଛେଚିବ

ଅଧିକ ଘନୀଭୂତ ହୋଇ ସଦୃଶ ଲଘୁଚାପରେ ପରିଣତ ହେଲା ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ସକ୍ରିୟ ରହିଛି। ଏହା ଆସନ୍ତା ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଅବପାତରେ ପରିଣତ ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆସନ୍ତାକାଲି ସକାଳ ଅବପାତଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଦେଇ ଗତି କରିବ। ପ୍ରଭାବରେ ଆସନ୍ତା ୫ ଦିନ ବର୍ଷା ହେବା ସହ ୨୪ ଘଣ୍ଟା ପ୍ରବଳ ରୁ ଅତିପ୍ରବଳ ବର୍ଷା ସମ୍ଭାବନା ସହ ରେଡ ଆଲର୍ଟ ଜାରି କରିଛି ବିଭାଗ। ଆହୁରି ୨୪ଘଣ୍ଟା ପ୍ରବଳ ଛେଚିବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ହେବା ସହ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଏହି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ (୧୨ରୁ ୨୦ ସେମି) ନେଇ ରେଡ ଆଲର୍ଟ ଜାରି କରିଛି ବିଭାଗ।


ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କଳାହାଣ୍ଡି କନ୍ଧମାଳ ରାୟଗଡା ଓ ଗଜପତି ଏହି ୪ ଜିଲ୍ଲାରେ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପ୍ରବଳ ବର୍ଷା ପାଇଁ ଉପକୂଳ ଓଡ଼ିଶାର ପୁରୀ ଖୋର୍ଦ୍ଧା କଟକ ନୟାଗଡ ଗଞ୍ଜାମ ବୌଦ୍ଧ ବଲାଙ୍ଗୀର ଓ ନୂଆପଡା ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ପବନ ବହିବ। ସେହିପରି ଆସନ୍ତାକାଲି ସାରା ରାଜ୍ୟରେ ବର୍ଷା ହେବାସହ ମାଲକାନଗିରି କୋରାପୁଟ ନବରଙ୍ଗପୁର ,ରାୟଗଡା କଳାହାଣ୍ଡି ବଲାଙ୍ଗୀର ନୂଆପଡାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ପବନ ବହିବ। ୨୪ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ସମୁଦ୍ର ଉପକୂଳ ଅଂଚଳରେ ୪୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ରହିଛି। ଏନେଇ ସମୁଦ୍ର ଅଶାନ୍ତ ରହିବ। ତେଣୁ ମେଘୁଆ ପାଗ ଓ ପବନର ବେଗକୁ ନେଇ ୧୮ ରୁ ୨୦ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ। ଏପଟେ ମୌସୁମୀ ଋତୁ ଅର୍ଥାତ୍ ଜୁନ ୧ ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୭୨୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୭୭୨.୮ ମିମି ରେକର୍ଡ ହୋଇଛି। ରାଜ୍ୟରେ ଏବେବି ୬ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ,୨ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଏବଂ ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ହାଲୁକରୁ ମଧ୍ୟମ ବର୍ଷା ସହ ୯ଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଗୋଟିଏ ସ୍ଥାନରେ ଅତି ପ୍ରବଳ ବର୍ଷା ରେକଡ଼ ହୋଇଥିବା ବେଳେ ସର୍ବାଧିକ ବର୍ଷା କୋରାପୁଟ କୋଟପାଡରେ ୧୩୩ମିମି ରେକର୍ଡ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
yesterdays-low-pressure-has-become-a-similar-low-pressure | Argus News