ପୁଣି ଗଲା ଆଉ ଜଣେ ଦାଦନ ଶ୍ରମିକଙ୍କ ଜୀବନ
·2 years ago·1 min read

ଅର୍ଗସ ବ୍ୟୁରୋ: ରୋଜଗାର ଆଶାରେ ଯାଇ ଶବ ହୋଇ ଫେରିଲେ। ପରିବାର ପୋଷିବାକୁ ଚେନ୍ନାଇ ଦାଦନ ଖଟି ଯାଇଥିଲେ ଗଞ୍ଜାମ ଜିଲ୍ଲା ସେରଗଡ଼ର ସ୍ଵର୍ଗତ କାଳୁଚରଣ ଦାଶଙ୍କ ସାନପୁଅ 28 ବର୍ଷୀୟ ବଳରାମ ଦାସ। ସେଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହେବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ଗାଁକୁ ପଠାଇଥିଲେ ସେ କାମ କରୁଥିବା କମ୍ପାନୀର କର୍ମଚାରୀ। ହେଲେ ଦୁଇ ପରିବାର ବଳରାମଙ୍କ ଅନ୍ତିମ ସଂସ୍କାର ଦାବି କରିବାକୁ ବିବାଦ ଦେଖାଦେଇଥିଲା। ଗୋଟିଏ ପଟେ ଜନ୍ମକଲା ମା ଏବଂ ନିଜ ଭାଇମାନେ ଶବକୁ ନେଇ ଅନ୍ତିମ ସଂସ୍କାର କରିବାକୁ ଦାବି କରୁଥିବା ବେଳେ ଅନ୍ୟପଟେ ପାଳିତ ମା ଘରଲୋକ ଶବଦାହ କରିବା ପାଇଁ ଅଡ଼ି ବସିଥିଲେ।
ଶେଷରେ ଘଟଣା ସ୍ଥଳରେ ପୋଲିସ ପହଁଚି ବୁଝାସୁଝା କରିବା ପରେ ବିବାଦ ତୁଟିଥିଲା। ତେବେ ରାଜ୍ୟରେ ଉପଯୁକ୍ତ ରୋଜଗାରର ପନ୍ଥା ନପାଇ ବାହାର ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି ହଜାର ହଜାର ଯୁବକଯୁବତୀ। 24 ବର୍ଷର ଅପାରଗତାରୁ ରାଜ୍ୟରେ ଏହିଭଳି ବଢିଚାଲିଛି ଦାଦନ ଯନ୍ତ୍ରଣା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: