Videos
|
Odisha

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

Ritu Das
Browse all articles by Ritu Das
·2 years ago·1 min read
ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କେସଡିହା ଗ୍ରାମ ପଞ୍ଚାୟତ ଚିରୁପଦା ଗ୍ରାମରେ ଭାଲୁ କାମୁଡ଼ାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଘଟଣାରୁ ପ୍ରକାଶ ଚିରୁପଦା ଗ୍ରାମର କାଣ୍ଡ ରାମ ପୂର୍ତ୍ତୀ  ଏବଂ ସ୍ତ୍ରୀ ପାଲ ପୁର୍ତ୍ତୀ ବିଲକୁ ଘାଇ ବାନ୍ଧିବାକୁ ଯାଉଥିଲେ। 

ହଠାତ୍ ଜଙ୍ଗଲରୁ ୩ ଟି ଭାଲୁ ବାହାରି କାଣ୍ଡ ରାମଙ୍କୁ ଆକ୍ରମଣ କରିଥିଲେ। ଏହାଦେଖି ସ୍ତ୍ରୀ ପାଲ ପୂର୍ତ୍ତୀ ନିଜ ଜୀବନ ବଞ୍ଚାଇବାକୁ ଗ୍ରାମକୁ ଦୌଡ଼ି ଆସି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଏକ ଦଉଡିଆ ଖଟ ସାହାଯ୍ୟରେ ଗ୍ରାମ କୁ ଆଣିଥିଲେ। ପରିବାର ଲୋକ ସଙ୍ଗେ ସଙ୍ଗେ ଅଟୋ  ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟ କୁ ଆଣିଥିଲେ । ଠାକୁରମୁଣ୍ଡା ରେ ପ୍ରାଥମିକ ଚିକିତ୍ସା ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ କୁ ଅଧିକ ଚିକିତ୍ସା ପାଇଁ ପଠାଯାଇଥିଲା।କାଣ୍ଡ ରାମ ପୁତ୍ତି ଙ୍କ ବାମ ଆଣ୍ଠୁ  ବାମହାତ  ଭାଙ୍ଗିଥିବା ବେଳେ ଡାହାଣ ଗୋଡ ଏବଂ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Young | Argus News