ଅନଲାଇନ ଗେମ ହେଲା କାଳ , ଟଙ୍କା ସୁଝି ନପାରି ହାରିଲେ ଜୀବନ

ଅର୍ଗସ ବ୍ୟୁରୋ : ଅନଲାଇନ ଗେମ ଖେଳିବା ହେଲା କାଳ। ଅନ ଲାଇନ ଗେମ ଖେଳି ଟଙ୍କା ହରାଇବା ପରେ ଯୁବକଜଣକ ୩ଦିନ ହେବ ଘରୁ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ପାଗାଫାଣ୍ଡିରେ ଅଭିଯୋଗ କରିଥିଲେ। ହେଲେ ଯୁବକ ଜଣକ ମୃତ ଦେହ ଆଜି ସକାଳୁ ଦେହ ଗଛରେ ବେକରେ ସାଢି ଲାଗ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକଜିଲ୍ଲା ପାଗାଫାଣ୍ଡି ଅଧିନ ବହୁଗ୍ରାମ ବଣିଆ ସାହିରେ। ମୃତ ଯୁବକ ଜଣକ ହେଲେ ବହୁଗ୍ରାମ ବଣିଆ ସାହିର ମନୋଜ ସାହୁ।
ଅଧିକ ପଢନ୍ତୁ : ସାମ୍ନାକୁ ଆସିଲା ହିମାଂଶୁର ମନଗଢା କାହାଣୀ, ମିଛକହି ଲୋକଙ୍କୁ ଠକୁଥିଲା ହିମାଂଶୁ
ମୃତ ମନୋଜ ସାହୁ ଅନଲାଇନ ଗେମରେ ବହୁ ଟଙ୍କା ହରାଇବା ପରେ ଧାର ଉଦ୍ଧାର କରଜ ଟଙ୍କା ସୁଝିପାରିନଥିଲେ। ମନୋଜ କରଜ ଟଙ୍କା ସୁଝିନପରିବାରୁ ବହୁ ଚାପରେ ଥିବା ସୂଚନାମିଳିଛି। କରଜ ଟଙ୍କା ବୋଝ ସୁଝିନପାରିବାରୁ ଶେଷରେ ମନୋଜଙ୍କ ଜୀବନ ଗଲା।ଘଟଣା ସ୍ଥଳରେ ସାଲେପୁର ଦମକଳ ବାହିନୀ ପହଞ୍ଚି ମୃତଦେହ କୁ ଗଛରୁ ଓହ୍ଲାଇଥିଲେ।ପାଗା ଫାଣ୍ଡି ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା ସୂଚନା ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଏହା ପ୍ରକୃତ ହତ୍ୟା ନା ଆତ୍ମହତ୍ୟା ତାହା ଉପରୁ ପର୍ଦା ହଟିବି ।